STORYMIRROR

Ramesh takri

Tragedy

4  

Ramesh takri

Tragedy

ଶେଷ ଚିଠି

ଶେଷ ଚିଠି

1 min
272

ପୂଜନୀୟ, ବାପା   ଶେଷ ଚିଠି ଦେଲି 

    ଶେଷ ପ୍ରଣାମଟି ଘେନ

ମାଆର ଚରଣ   ଏଇଠି ଛୁଇଁଛି

    ଭେଟିବାକୁ ନାହିଁ ଦିନ ।


ଅସ୍ତ୍ର ଉଲଙ୍ଘନ   କରି ପାକିସ୍ତାନ

   ଷଡ଼ଯନ୍ତ୍ର ଭିଆଇଲା

ଆମ ସୀମାନ୍ତରେ   ଆକ୍ରମଣ ପାଇଁ

   କୁଟ କେତେ ରଚିଗଲା ।


ଆତଙ୍କବାଦୀଏ   ଲୁଚିଛପି କଲେ

    ଆତ୍ମଘାତୀ ଆକ୍ରମଣ

ଭାରତ ମାତାକୁ   ସୁରକ୍ଷା ଦେବାକୁ

   ପୁଲବାମା ଗଲିମୁହିଁ ।


ଶତୃ ଆକ୍ରମଣେ   ହୋଇଛି ଆଘାତ

   ବଞ୍ଚିବାର ଆଶା ନାହିଁ

ଶବ ହୋଇଯିବି   ଗାଆଁକୁ ଫେରିବି

   ହେବ ଶେଷ ଦରଶନ ।


ତୁମ ବୋହୂ ନାତୀ   ନାତୁଣୀ ମାନଙ୍କୁ

   ମୋ ଶେଷ ସେନେହ ଦେବ 

ତାଙ୍କ ଲୁହ ପୋଛି   ପାଶେ ପାଶେ ରହି

   ନିଇତି ବୁଝାଉ ଥିବ ।


ଏ ଜନମେ ଆଉ   ପାରିଲିନି ହୋଇ

   ଘରଣୀର ପ୍ରାଣଧନ

ମାତୃଭୂମି ଋଣ   ଲୁହରେ ଶୁଝିଲି

   ତୁମ ଋଣ ଶୁଝି ନାହିଁ ।


ପରିବାର ବୋଝ   ତୁମ ମୁଣ୍ଡେ ଥୋଇ

   ଯାଉଛି ମୁଁ ଏକା ହୋଇ

ତୁମ ବୋହୂ ଏବେ   ହୋଇବ ବିଧବା

   ପିଲା ହେବେ ପିତୃହୀନ ।


ମାଆକୁ କହିବ  ଲୁହ ତା'ର ପୋଛି

   କାନ୍ଦିବନି ଆଉ ଏବେ

ଯେତେ ବାହୁନିଲେ   ଚାଲିଗଲା ପୁତ୍ର

   ବାହୁଡ଼ି ଆସେନା କେବେ ।


ଦେଶମାନ ରଖି   ମୁଁ ଆଜି ଯାଉଛି

   ଦେଇ ନିଜେ ବଳିଦାନ

ମୋ ଅନ୍ତିମ ଇଛା   ଏତିକି ମାତର

   ବାପା, ପୂରଣ କରିବ ।


ନାତୀ ନାତୁଣୀଙ୍କୁ   ଉଚ୍ଚ ଶିକ୍ଷା ଦେବ

   ବୋହୂର ମାନ ରଖିବ

ବୋଧଦେଇ ତୁମେ   ଦୁଃଖ ଭୁଲିଯିବ

   ଶାନ୍ତିରେ ବିତାଇ ଦିନ ।


ଘର ପରିବାର   ସଂସାର ଛାଡ଼ିଛି

    ବାପା ମୋତେ କ୍ଷମା ଦେବ

ମୋ ଶେଷ ଚିଠିରେ   ଯାହା ମୁଁ ଲେଖିଛି

    ମନରୁ ଭୁଲି ନ ଯିବ ।


ପାରୁ ନାହିଁ ଲେଖି   ବୁଜିଲିଣି ଆଖି

    ମଉଳି ଗଲାଣି ମନ ।

   


Rate this content
Log in

Similar oriya poem from Tragedy