STORYMIRROR

Bauribandhu Lenka

Inspirational Others

5.0  

Bauribandhu Lenka

Inspirational Others

ଶେଷ ଆଶୀର୍ବାଦ

ଶେଷ ଆଶୀର୍ବାଦ

1 min
13.9K


ଚାହେଁନି କାହାଠୁ ଟଙ୍କା କି ପଇସା

ଅବା ତା ଧନ ସମ୍ପତ୍ତି

ମନ ଚାହେଁ ଆଜି ଟିକିଏ ଆଦର

ସେନେହ ମମତା ପ୍ରୀତି ॥

ଜାଣିବାକୁ କେବେ ଦେଇନି ମୁଁ ତାକୁ

ଅଭାବ କଷଣ ଦୁଃଖ

ମୁଣ୍ଡ ଝାଳ ତୁଣ୍ଡେ ମାରି ମୁଁ ପିଇଛି

ଆଞ୍ଜୁଳା ଆଞ୍ଜୁଳା ଭୋକ ॥

ଜୀବନର ଏହି ସାୟାହ୍ନରେ ଆଜି

ସାଥୀ ମୋର ନିସଙ୍ଗତା

ନିଜ ପର ସବୁ ଲାଗଇ ସମାନ

ଜାଣ ତୁମେ ଜଗତ୍‌କର୍ତ୍ତା

ଦୁନିଆର ଏହି ରଙ୍ଗମଞ୍ଚେ ମୁହେଁ

ସବୁ ରଙ୍ଗ ଦେଇ ବୋଳି

ନାଚି ମୁଁ ସାରିଛି ଗାଇ ମୁଁ ସାରିଛି

ଯାଇଛି କି କିଛି ଭୁଲି ?

ନଅ ମାସ ଗର୍ଭେ ଧରି ମୁଁ ଯାହାକୁ

ଆଣିଥିଲି ଏ ଧରାକୁ

ଛାଡିଦେଇ ଗଲା ବୃଦ୍ଧା ଆଶ୍ରମରେ

ଆସେନାହିଁ ଦେଖିବାକୁ ॥

ହେଲେ ଆଜି ଭାରି ଇଚ୍ଛା ହୁଏ ଥରେ

ମିଳନ୍ତା କି ଦେଖା ତାର

ଶେଷ ଆଶୀର୍ବାଦ ଦେଇ ମୁଁ ଯାଆନ୍ତି

ବେଳ ଥାଉ ଥାଉ ମୋର ॥

*******


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational