ସହଧର୍ମିଣୀ
ସହଧର୍ମିଣୀ
"
ରାମାୟଣ ହେଉ ଅବା ମହାଭାରତ
ପରମ ସୌଭାଗ୍ୟବତୀ ନାରୀ ଚରିତ୍ର
ଆଢୁଆଳେ ଓଢଣାରେ ରହି
ବୁଦ୍ଧି ବିବେକ ଶହନଶୀଳତା ଦ୍ୱାହି ଦେଇ
ବିଜୟ ପତାକା ଉର୍ଦ୍ଧମୁଖୀ କରି କରାଉଥାଇ
କେବେ ଦ୍ରୌପଦୀ କେବେ କୁନ୍ତୀ
କେବେ ଅହଲ୍ୟା କେବେ ସୀତା ସତୀ
ବିଜ୍ଞାନ ଯୁଗର କଳ୍ପନା ଚାୱଲା
ଇତିହାସରେ ଜୀଜାଵାଈ ଲକ୍ଷ୍ମୀବାଈ
ରାମାୟଣରେ କୈକେଇ କୌଶଲ୍ୟା
ନାରୀ ଯାଇନି ହାରି, ତା ଗୁଣ ଗାରିମା ସ୍ମରି
କେତେ ନବପଲ୍ଲବ ପୃଷ୍ଠା ଯାଇଛି ଉତୁରି
ନାରୀ କେବେ ମାଆଟିଏ କେବେ ନାରାୟଣୀ
କେବେ ଜହ୍ନିଫୁଲଟିଏ କେବେ ଖୁଦରଙ୍କୁଣୀ
ନାରୀ ତାର ମାୟା ଜାଲେ କରିଛି ପରାସ୍ତ
ରେଜିଆ ସୁଲତାନା ପରି ଶହେ ହଜାରେ ଅନେଶତ
ଆଜିବି ନାରୀ ପାଇଁ ପ୍ରେମସୌଧ ତାଜମହଲ
ପ୍ରସ୍ତରମର୍ମରେ ଫୁଟେ ପ୍ରତିଛବିର ଔଜଲ୍ୟ
ନାରୀ ହାତେ ଧରିଲାଣି ଯୁଦ୍ଧ ଅସ୍ତ୍ର
ବାଜୁଛି ବିଗୁଲ ଯେବେ ଥରହର ଭୀତତସ୍ତ୍ର
ନାରୀ ନୁହେଁ ଦୁର୍ବଳା ଅବଳା କଣ୍ଢେଇଟେ
ନାରୀ ସାମଗ୍ରିକ ସତ୍ତା ଭରି ବିପ୍ଳବୀନି ଗୋଟେ
ସେଇ ଶବରୀ ନାରୀ ଆଉ ମାଣିକ
ଦର୍ଶନେ ଦର୍ଶକ ନେତ୍ର ପବିତ୍ର କାରକ
ଝିଅ ଜନ୍ମ ନୁହେଁ ପାପ ସେଯେ ସ୍ରୋତସ୍ବିନୀ
ଲଷ୍ମୀଅବତାର ପୁଣି କଳ୍ପନାର କଲ୍ଲୋଳିନୀ
ଆୟୁଷ ଆଶିଷ ମାଗେ ସାଜି ଶ୍ରିମନ୍ତିନୀ
କର୍ତ୍ତବ୍ୟକର୍ମରେ ସାଜେ ପଲ୍ଲବିନୀ ସହଧର୍ମିଣୀ
ସ୍ଵାମୀ ସାଥେ ସଂସାର ପଥେ ସାଜି ମନ୍ଦାକିନୀ
ସୁଖେ ଦୁଃଖେ ଆଦର୍ଶ ଅନୁଗାମିନୀ
ସଂସାର ନାବର ନାଉରୀ ମଙ୍ଗ ଧରିଥିବା ସୁହାସିନୀ
ଦୁଇ କୁଳର ହିତା ଦୁହିତା ରୁ ନବବଧୂ ରୁ କଲ୍ୟାଣୀ
ପତି ତପ ପତି ଜପ ପତି ସୁହାଗିନୀ ସହକର୍ମିଣୀ
,,,
