Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pranati Jena

Inspirational Others

4  

Pranati Jena

Inspirational Others

ଶବରୀ ଶ୍ରଦ୍ଧା

ଶବରୀ ଶ୍ରଦ୍ଧା

1 min
407


ଭାବର, ଶ୍ରଦ୍ଧାର ମିଠା ଫଳ ପରା

   ମାଆ ତୁ ଦେଇଛୁ ବାଛି,

ଅନୁରାଗ ମିଶା ସେ ଫଳରେ ସାରା

    ସ୍ନେହ ତୋ ରହିଛି ଲୁଚି ।


ତୋର ଭାବ ପାଇଁ ରାଜ ସିଂହାସନ

    ତୁଚ୍ଛ ଲାଗିଲା ଲୋ ମାଆ,

ହୃଦୟ କାରାରେ ତୋର ଆକର୍ଷଣ

     ଅନୁଭବେ ହୃଦ ଯାହା ।


ତୋର ଶ୍ରଦ୍ଧା ମୂଲ କି'ଏ ସମତୁଲ

  ବାନ୍ଧିପାରେ ଯାହା ମୋତେ,

ମମତାର ଝର ହୃଦୟ ତୋହର

   ବୈକୁଣ୍ଠ ସେ ହୃଦ ସତେ ।


ହେ ରଘୁନନ୍ଦନ କମଳ ଲୋଚନ

  ପ୍ରେମ, ପ୍ରୀତି ଡୋରେ ପ୍ରୀତ,

ଅମୃତ ପରାଏ ଅଇଁଠା ରେ ଦେଖ

   କେତେ ମମତା ର ସୂତ୍ର ।


ଝୁରିବାର ଶେଷ ପାଇବା ଆରମ୍ଭ

   କାମନା ହେ ତୁମ ପାଇଁ,

ମାୟାରୁ ଉଦ୍ଧାର ଶ୍ରଦ୍ଧା ଭାବ ତୁମ୍ଭ

   ମାଗୁଛି କୃପା ଗୋସେଇଁ ।


ହୋଇ ପାରିବିନି ଶବରୀ ମାଆ ମୁଁ,

    ସେ ଭାବ କାହୁଁ ପାଇବି

ଭାବ, ଭକ୍ତି ମୋର ଦିଅ ହୃଦୟକୁ

    ନିରନ୍ତର ଭଜୁଥିବି ।


ଦୟା କରିବ ହେ,ଦୟାମୟ ମୋର

   ପାଇବାକୁ ଯା" ତୁମକୁ,

ସେଇ ସବୁ ଯଦି ଦୟାର ସାଗର

   ଦେବ ହୃଦ ବାରିଧିକୁ ।


ନାମରସ ସାର ଅମୃତେ ବିହାର

   ଜପ, ତପ ସବୁ ମୋର,

ଆଲୋଡନ ତୁମେ ଆକର୍ଷଣ ମୋର

    ନିରନ୍ତର,ନିରନ୍ତର ।


Rate this content
Log in