STORYMIRROR

Kalandi pal

Inspirational

3  

Kalandi pal

Inspirational

ଶବର କୁଳର ଶ୍ରେଷ୍ଠ ନାଗର

ଶବର କୁଳର ଶ୍ରେଷ୍ଠ ନାଗର

1 min
225

ଶବର କୁଳର ଶ୍ରେଷ୍ଠ ନାଗର

ଆସୁଛି ରଥରେ କରି ହୁନ୍ଦର

ଦଇତା ପତି, ସେବନ୍ତି ନିତି

ଦାରୁବ୍ରହ୍ମ ରୂପେ ବିଜେ ଏଥର. l0l


ତାର ବଡଭାଇ ଅତି ସୁଧାର

ତାଳଧ୍ଵଜେ ଯାନ୍ତି ସେ ତର ତର

ଗେହ୍ଲେଇ ରାଣୀ, ତାର ଭଉଣୀ

ଦେବଦଳନରେ ମନଟି ତାର. l1l


ସାନ ଭାଇ ସେତ ବଡ଼ ଗେହ୍ଲାର

ନିତି ହଟ କୁଟ ତାର ବେପାର

ଭକତ ସାଥେ, ଆସେ ତ ରଥେ

କେତେ ଲୁଚକାଳି ଖେଳ ତାହାର. l2l


ଛିଞ୍ଚି ଦେଇଛି କି ପାଣି ମନ୍ତର

ନନ୍ଦିଘୋଷ ଆସେ ଅତି ମନ୍ଥର.

ଭେଉଁଛି କୁଟ, ଲଗାଇ ହଟ

ପଣ୍ଡା ଦଇତାଙ୍କୁ ଧରି ସାଥିର. l3l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational