STORYMIRROR

Gunanidhi Samal

Abstract

2  

Gunanidhi Samal

Abstract

"ଶବ୍ଦ"

"ଶବ୍ଦ"

1 min
97

କେବେକେବେ ଶବ୍ଦ ମାନେ ଲୁଚିଯାନ୍ତି

ଦିଗବଳୟ ଆରପାଖେ

ଶୂନ୍ୟତା ଭିତରେ

ଖୋଜି ଖୋଜି ବାଟବଣା ପଥିକ ମୁଁ "

ପାଏନା ଶବ୍ଦର ସନ୍ଧାନ

ବହଳ ଅନ୍ଧାରେ

ବେଳେବେଳେ ଅଲକ୍ଷ୍ୟରେ ଆସିଥାନ୍ତି

ଏକାନ୍ତେ ପାଦ ଚାପି ଚାପି

ବିଜନ ବେଳାରେ

ଶୁନ ଶାନ୍ ରାତି ଯେବେ ମାଡ଼ିଆସେ

ରାସ୍ତାର ବତୀଖୁଣ୍ଟ ଡେଇଁ

ନିଷିଦ୍ଧ ସହରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract