STORYMIRROR

Kusum Panda

Inspirational

2  

Kusum Panda

Inspirational

ଶବ୍ଦ

ଶବ୍ଦ

1 min
233


ରହସ୍ୟ କଳାର ମୌଳିକ ଶିକ୍ଷା

     ପ୍ରକୃତି ସୃଷ୍ଟିର ଭଗବଦ୍ ଦୀକ୍ଷା

ମନର ପ୍ରେରଣା ଜାଗୃତି ପ୍ରତ୍ୟେ

     ନିମଗ୍ନ ରହିଲି ସୃଷ୍ଟି ନିମନ୍ତେ

ରହିକି ନିଜର ଚେତନା ପ୍ରାଣେ

     ପୂର୍ଣ୍ଣ ଉପଲବ୍ଧି ମନକୁ ଆଣେ

ଅନୁଭବ ଅନୁପ୍ରାଣିତ ଶଦ୍ଦେ

     ଅନୁଭୂତି ଶବ୍ଦ ଯୋଡିକି ଲବ୍ଧେ

ସଂସାରର ଛନ୍ଦମୟ ଲଳିତ

     ପରିପ୍ରକାଶକୁ ଅଟେ ସମ୍ମତ

ଶବ୍ଦଗୁଡ଼ିକର ଉତ୍ପନ୍ନ ଧ୍ଵନି 

     ଜାତ କରେ ହୃଦେ ସ୍ପନ୍ଦନ ବହ୍ନି !


Rate this content
Log in

Similar oriya poem from Inspirational