STORYMIRROR

Pankajini Upadhaya

Children Inspirational

2  

Pankajini Upadhaya

Children Inspirational

ଶବ୍ଦ

ଶବ୍ଦ

1 min
13.5K



℅℅℅℅℅℅℅

ପଙ୍କଜିନୀ ଉପାଧ୍ଯାୟ

◆◆◆◆◆◆◆◆●

ଅରଙ୍ଗାବାଦ ,ବରୀ , ଯାଜପୁର

◆◆◆◆◆◆◆◆◆◆◆◆◆

ଶବ୍ଦ ନଗରୀରୁ ଶବ୍ଦ ମୁଁ ଆଣିଛି

ଶବ୍ଦ ଭରା ମୋର ଥଳି

ଶବ୍ଦ ଲେଖିଅଛି ଶବ୍ଦରେ ସଜାଇ

ଗୁନ୍ଥିଦେବି ଗୋଟେ ମାଳି।

ଶବ୍ଦ ଅନୁରୋଧ ରକ୍ଷା କରି ବନ୍ଧୁ

ଲେଖନୀ ମୁନରେ ଥୋଇ

କାଗଜ ସୂତାରେ ଶବ୍ଦ ଫୋଡିଦେଇ

ଶବ୍ଦକୁ ଦିଏ ସଜାଇ ।

ଶବ୍ଦର ଅରଥ କିବା ଅନୁଭବ

ମୋ ଠାରେ ସତରେ ନାହିଁ

ତଥାପି ଵିଶ୍ବାସେ ହୃଦୟ ଆଶ୍ବାସେ

ଶବ୍ଦକୁ ଦିଏ ସଜାଇ।

ଅନୁଭବ ନାହିଁ ଭାଷା ବି ବୁଝିନି

ନାହିଁ ଶାସ୍ତ୍ର ଗତ ଜ୍ଞାନ

ଭାବରେ ବି ନାହିଁ ଅଭାବରେ ନାହିଁ

ନାହିଁ ବ୍ଯାକରଣ ମାନ।

ଗୁନ୍ଥି ମୁଁ ଚାଲିଛି ବିରାମ ନ ନେଇ

ଗୁନ୍ଥିବାର ଗୋଟେ ମୋହ

ଶେଷ କରିବାକୁ ଅଛି ବହୁ ବାକି

ଆଖିରେ ଭରିଛି ଲୁହ ।

ଶବ୍ଦରାଣୀ ଠାରେ କରୁଛି ଗୁହାରୀ

ଧରିବୁନୁ ମୋର ଦୋଷ

ଜ୍ଞାନର ଶୈଶବେ ଶବ୍ଦକୁ ଧରିଛି

କରିବୁନୁ ଜମା ରୋଷ।

କଅଁଳ କଢିଟେ ଝଡିଯିବି ପରା

ଚପଳତା ଯିବ ହଜି

ଆଗକୁ ବଢିବା ମାନସ ହଜିବ

ତତେ ପାଇବନି ଖୋଜି।

ସେଦିନ ସେ କଢି ଆମ ବୁଲଵୁଲ

ବନ୍ଦ କୋଠରୀରେ ବସି

ଗଣିତ ବଦଳେ କବିତାର କଳି

ଫୁଟାଇ ଥିଲା ସେ ହସି।

ଜ୍ଞାନ ଭାଷା ଭାବ ଅଭାବ ଅଭାବ

ପ୍ରକୃତିରେ ବାସ ମନ

କଲମ ମୂନରେ ଲେଖିଲା କବିତା

ହୋଇଗଲା ମହିୟାନ।

କୁଟିଳ ମନରେ ପରଶ୍ରୀକାତରେ

ଅହଙ୍କାର ପୂର୍ଣ୍ଣ କରି

ସାଉଁଟି ସାଉଁଟି ମୁଖ ବନ୍ଧ ଖୋଲି

କବିତାରେ ଦେଲେ ଭରି।

କବିତା ଉଜ୍ବଳ ନିଶ୍ଚେ ସମୁଜ୍ବଳ

ପଢିବାର ଅନୁଭବ

କବି ସିଏ ଜୟୀ ନିଶ୍ଚେ କାଳଜୟୀ

ପାଇବନି ପରାଭବ।

ଶବ୍ଦର ରାଣୀଲୋ ନେଉଛି ବିଦାୟ

କରିବୁନୁ ମନ ଊଣା

କାଲି ନୂଆ ଶବ୍ଦ ନେଇ ତୁ ଆସିବୁ

ଧରି ତୋର ଶବ୍ଦ ମୁଣା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children