ଶବ
ଶବ
ଆଜୀବନ ମୋହଗ୍ରସ୍ତ
ମୁହୂର୍ତ୍ତ ସବୁକୁ
ଛିନ୍ନକଲା ମୁଦ୍ରିତ ଚକ୍ଷୁ
ବାପାମାଆ ଭାଇଭଉଣୀ
ସଖା ସହୋଦର
ଇନ୍ଦ୍ରିୟ ସୁଖ ସମ୍ଭୋଗକୁ
ମାୟାର ମୋହିନୀ ମନ୍ତ୍ରରେ
ବଶୀଭୂତ ଥିଲା ଯିଏ
ତିଥି ବାର ପବିତ୍ର ଅପବିତ୍ର
ଦେଖିଲାନି କିଛି
ଜୀବନଟା ସ୍ଥିତି ହୀନ
ଓଳିତଳେ ପାଣିର ଫୋଟକା
କହି ଚାଲିଗଲା ଶବ ହୋଇ
ଲେଲିହାନ ମୃତ୍ୟୁରେ
ଜଳିବାକୁ
