STORYMIRROR

Ajita Mishra

Tragedy

3  

Ajita Mishra

Tragedy

ଶବ

ଶବ

1 min
258


ଆଜୀବନ ମୋହଗ୍ରସ୍ତ

ମୁହୂର୍ତ୍ତ ସବୁକୁ

ଛିନ୍ନକଲା ମୁଦ୍ରିତ ଚକ୍ଷୁ

ବାପାମାଆ ଭାଇଭଉଣୀ

ସଖା ସହୋଦର

ଇନ୍ଦ୍ରିୟ ସୁଖ ସମ୍ଭୋଗକୁ

ମାୟାର ମୋହିନୀ ମନ୍ତ୍ରରେ

ବଶୀଭୂତ ଥିଲା ଯିଏ

ତିଥି ବାର ପବିତ୍ର ଅପବିତ୍ର

ଦେଖିଲାନି କିଛି

ଜୀବନଟା ସ୍ଥିତି ହୀନ

ଓଳିତଳେ ପାଣିର ଫୋଟକା

କହି ଚାଲିଗଲା ଶବ ହୋଇ

ଲେଲିହାନ ମୃତ୍ୟୁରେ

ଜଳିବାକୁ




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy