Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhas Kumar mohapatra

Inspirational

3  

Prabhas Kumar mohapatra

Inspirational

ଶୈଶବ ଓ ଜୋତା

ଶୈଶବ ଓ ଜୋତା

1 min
241



କଲମ ବଦଳେ ଜୋତା ସେ ଧରିଛି

ହାତେ ଧରିଅଛି ଛୁଞ୍ଚି ।

ଖେଳିବା ବୟସେ ଘର ମୁଣ୍ଡ ବୋଝ

ସ୍ବପ୍ନ ଯାଏ ଘୁଞ୍ଚି ଘୁଞ୍ଚି ।।


ଅବୋଧ ବୁଝେନା ଲାଭ କିବା କ୍ଷତି

ବୁଝେନା କରମ କଣ ।

ହାତୁଡ଼ିରେ ଛେଚେ ଶୈଶବ ତାହାର

ପେଟ ପାଇଁ ଭାଇ ଜାଣ ।।


ଜୋତାରେ ପଲିସି କରୁଥାଏ ନିତି 

ବର୍ଷା ଖରା ଶୀତ ବାର ।

ଇଚ୍ଛା ପଢିବାକୁ ଅର୍ଥା ଭାବ ତାକୁ

ସମୟ କରେ ପ୍ରହାର ।।


ରୁଦ୍ର ସିନା ଆଜି ସୁନ୍ଦର କରୁଛି

ଜୋତା ଘଷି କାର ବାର ।

ଭବିଷ୍ୟତ ତାର ହେବକି ଉଜ୍ବଳ

ଅନ୍ଧାର ହୋଇବା ସାର ।।


ଏମିତି ଅନେକ ରୁଦ୍ର ପରା ଆଜି

ଶୈଶବେ ଧରନ୍ତି କଣ ।

ଜୀବନ ତାଙ୍କର ହୁଏ ଚୁରୁମାର 

ନ ହୋଇ ଉତ୍ତମ ଗଣ ।।



Rate this content
Log in

Similar oriya poem from Inspirational