Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Inspirational

4  

Niranjan Mishra

Inspirational

ଶାଶୁଘର

ଶାଶୁଘର

2 mins
409



ସୁନାର ସଂସାର ଗଢିବା ପାଇଁକି

ଶାଶୁଘର ଗଲା ଝିଅ ।

ଦୁହିତା ସେ ଦୁଇ କୁଳ ହିତା ହେବ

ମନରେ ଭରିଛି କୋହ ।୧।

କେତେ କେତେ ଆଶା ଭରସା ମନେ ତା

ସବୁ କରି ଏକାକାର ।

ଶାଶୁଘରେ ପାଦ ଥାପିଛି ଝିଅଟି

ବୋହୁ ସେ ଶାଶୁଘରର ।୨।

ସେନେହ ଡୋରରେ ସଭିଙ୍କୁ ବାନ୍ଧିବ

ପାଇବ ସ୍ନେହ ଶରଧା ।

ଏଇ ଅଭିଳାଷ ମନରେ ସାହସ

ପ୍ରଭୁ ହୋଇବେ ବରଦା ।୩।

ଶାଶୁଘର ତାର ବଡଲୋକ ଘର

ତା ପାଇଁ ସେ ଘର ନୂଆ ।

ବୋହୁଟି ଆସିଲା ଘରକୁ ଯିବ ସେ

ବର ସଙ୍ଗେ ହେଲା ଠିଆ ।୪।

ଦୁଆର ମୁହଁକୁ ଶାଶୁ ତାର ଆସି

ବନ୍ଦାପନା କରି ନେଲେ ।

ଶାଶୁଘର ଯାଇ ଠାକୁରଙ୍କ ପାଶେ

ବିନତି ସେ କରାଇଲେ ।୫।

ମୁଣ୍ଡିଆ ମାରିଲା ବୋହୁଟି ସଭିଙ୍କୁ

ଗୁରୁ ଗୁରୁଜନ ଯେତେ ।

ସାନଙ୍କୁ ଆଦର ସତ୍କାର କରିଲା

କହିବା ସେ କଥା କେତେ ?୬।

ଗୁରୁ ଗୁରୁଜନ ସଭିଙ୍କୁ ସମ୍ମାନ

ଅତିଥି ସତ୍କାର କଲା ।

ସଭିଙ୍କୁ ସତ୍କାର କରି ସେ ବୋହୁଟି

ଶାଶୁଘର ଆଦରିଲା ।୭।

ବଡଘର ତାର ଶାଶୁଘର ହେଲେ

ସଭିଏଁ ନିଜର ତାର ।

ସଭିଙ୍କ ମହତ ରଖିଲା ବୋହୁଟି

ହେଲା ଅତି ଆପଣାର ।୮।

ଶାଶୁ ଶଶୁରଙ୍କ କଥାକୁ କେବେବି

ତଳେ ପକାଇ ନ ଦିଏ ।

ନଣନ୍ଦ ଦିଅର ସଭିଙ୍କର ସେ ତ

ଅତି ପ୍ରିୟ ହୋଇଥାଏ ।୯।

ସ୍ବାମୀ ତା ନିଜର ହୃଦୟର ହାର

ମଥାର ମୁକୁଟ ମଣି ।

ଖଟିଥାଏ ତାଙ୍କୁ ବୋହୁଟି ସର୍ବଦା

ସ୍ବାମୀଙ୍କର ମନ ଜାଣି ।୧୦।

ଶାଶୁଘର ହେଲା ସୁନାର ସଂସାର

ସରଗଠୁ ବଡ ହେଲା ।

ବାପଘର ଝିଅ ଶାଶୁଘର ଆସି

ସଭିଙ୍କ ମନ ତୋଷିଲା ।୧୧।

ଈଶ୍ବର କରନ୍ତୁ ସବୁ ଶାଶୁଘର

ସୁନାର ସଂସାର ହେଉ ।

ସବୁ ଝିଅ ଭଲ ଶାଶୁଘର ପାଇ

ସୁନାବୋହୁ ହୋଇଥାଉ ।୧୨



Rate this content
Log in

Similar oriya poem from Inspirational