STORYMIRROR

Kulamani Sarangi

Romance

2  

Kulamani Sarangi

Romance

ଶାଶ୍ଵତ ପ୍ରେମ

ଶାଶ୍ଵତ ପ୍ରେମ

1 min
2.7K

ଆମ୍ବ ତୋଟା ଛାଇ ଜହ୍ନ,

ଶିରି ଶିରି ବହେ ଚୋରା ପବନ,

ସପନଆଖି,

ଲୁଚକାଳି ତୋର ମନଲାଖି


ଜହ୍ନ ସଙ୍ଗେ ଲୁଚକାଳି,

ଖେଳୁଥିଲୁ ବୋଲି ଥିଲି କି ଭାଳି

ଜାଇଫୁଲ,

ସାରା ଆମ୍ବବଗିଚା ଖୋଜିଲି


ବିଶ୍ୱ କାରିଗର ତୁଳି,

ଛାଟି ଦେଲାବେଳେ ପଡିଲା କାଳି,

ସୁନାଫୁଲ,

ତୋ ଗାଲରେ ଦିଶେ ତାହା ଝଳି


ଗାଲରେ ତୋ ତିଳ ଚିହ୍ନ,

ଜୋଛନାରେ ଭିଜା ଗୋରା ବଦନ,

ଜାଇଫୁଲ,

ତା'ସାଥିରେ ଛନଛନ ମନ


ମନ ତୋର ଉପବନ,

କେତେ ଫୁଲ କେତେ ଖିଆଲ ପୂର୍ଣ୍ଣ, 

ସୁନାଫୁଲ,

ତାକୁ ଛୁଇଁବା ସାତ ସପନ


ଶୂନ୍ୟ ଆକାଶର ବୁକେ,

ମଝିରେ ମଝିରେ ଟିଟ୍ଟିଭ ଡାକେ

ଜାଇଫୁଲ,

କହ ଚମକିଲୁ କାହା ଡାକେ


ବସିଥିଲୁ ପଥରରେ,

କୁଳୁକୁଳୁ ନଈ ଅଳକା କୂଳେ,

ସୁନାଫୁଲ,

ଜହ୍ନ ହଜିଗଲା ମେଘ କୋଳେ


ମନଲୋଭା ତୋ କବରୀ,

ଭିତରେ ଚନ୍ଦ୍ରମା ପଶିଲା ଚିରି,

ଜାଇଫୁଲ,

ଚୋରା ଗୋରା ମୁହଁଟି ତୋହରି


ଖିଆଲ ଆସେ ମୋ ମନେ

ଦେଖିଥାନ୍ତି ତତେ ସଦା ସପନେ,

ଜାଇଫୁଲ,

ବସିଥାଆନ୍ତୁ ତାରା ଗହଣରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance