STORYMIRROR

Sasmita Choudhury

Abstract

2  

Sasmita Choudhury

Abstract

ଶାଶ୍ବତ ପ୍ରେମର ରଙ୍ଗ

ଶାଶ୍ବତ ପ୍ରେମର ରଙ୍ଗ

1 min
3.3K

ପ୍ରେମ ଏକ ଜୟ ଗୀତି ନୈରାଶ୍ଯ ଓ ଉଦାସୀ ଛାତିରେ,

ପ୍ରେମ ଏକ ଆରବ୍ଯ ରଜନୀ, ଜୀବନର ପହିଲି ପ୍ରୀତିରେ

ପ୍ରେମ ଏକ ରୂପ କଥା ମନ ତଳେ ସୁନା ଫରୁଆର,

ପ୍ରେମ ଏକ ଉଦବେଳନ ତରଙ୍ଗିତ ସ୍ମୃତି ଦରିଆର


ପ୍ରେମ ମେଘ ମେଦୁରିତ ଆକାଶ ର ଧାରେ ସୂର୍ଯ୍ୟ ଶିଖା,

ପ୍ରେମ ଏକ ଅକୁହା ଆବେଗ ହୃଦୟରେ ପ୍ରୀତି ମଧୁ ମଖା 

ପ୍ରେମ ବୁଢା ଶଙ୍ଖାରି ପ୍ରାଣର ଉବୁଟୁବୁ ଅସୀମ ମମତା 

ପ୍ରେମ ହିଁ ତ ପିତୃତ୍ବ ର ନିଦର୍ଶନ-ମାଳେ ନାଲି ଶଙ୍ଖା


ପ୍ରେମ ଏକ ରୋଗ ଶଯ୍ଯାପାର୍ଶ୍ବେବେଢିଥିବାକରୁଣଚାହାଣି, 

ପ୍ରେମ ଏକ ଆତ୍ମାର ଗ୍ରନ୍ଥ ରେ ଉଲ୍ଲିଖିତ ଦରଦୀକାହାଣୀ

ପ୍ରେମ ଏକ ତ୍ଯାଗର ନମୁନା ,ନଜିର ଯା'ଉତ୍କଳମଣି 

ପ୍ରେମ ହିଁ ତ ମନ୍ଦିର ବେଢାର ଅବାରିତ ସ୍ତୁତିଚିନ୍ତାମଣି


ପ୍ରେମ ଏକ ଅବିନାଶୀ ପ୍ରାଣମୟ ଜୀବନ ଆଧାର 

ପ୍ରେମ ପିଣ୍ଡ ବ୍ରହ୍ମାଣ୍ଡରେ ଓଁକାର ସ୍ବର ଦୁନିର୍ବାର

ପ୍ରେମ ପ୍ରତି ମରମକୁ ଛୁଉଁଥିବା କୋମଳ କବିତା

ପ୍ରେମ ଏକ ନିରନ୍ତର ପ୍ରସାରିତ ମଧୁମୟ ବାର୍ତ୍ତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract