STORYMIRROR

Sunanda Mohanty

Abstract

2  

Sunanda Mohanty

Abstract

ଶାଶ୍ୱତ

ଶାଶ୍ୱତ

1 min
3.1K

ଜଗନ୍ନାଥ ଜଗନ୍ନାଥ ଜଗନାଥ 

ତମକୁ ମୁଁ ଭଲପାଏ ଅତୀବ ଅତ୍ୟନ୍ତ 

ପ୍ରେମ ମୋର ତମ ପାଇଁ ଜୀବନ୍ତ ଜୀବନ୍ତ 

ତମେ ଅଛ ବୋଲି ମୁଁତ ଆଶ୍ୱସ୍ତ ବହୁତ 

ତମ ସେଇ ଚକାଆଖି ଲାଗେ ସତରେ ବିଚିତ୍ର 

ରକ୍ଷା କର ପ୍ରଭୁ ଜଗନ୍ନାଥ, ଏ ଜୀବ ଜଗତ 


ତମେ ତ ପ୍ରେମିକ ଟିଏ ସତ ପ୍ରତିଶତ 

କାହାକୁ କେବେ ଭଲପାଅ ଅନେଶତ 

ମୋ ପାଇଁ ନଜର ନାହିଁ କାହିଁକି କୁହତ 

ରାଧା ମୁଁ ନୁହେଁ, ନୁହେଁ ବି ମୀରା ସତ 

କୃଷ୍ନା ନୁହେଁ, ସଖି ହେବି, ଅବା ହେବି ମିତ

ଖାଲି ଯାହା ସଞ୍ଜ ସକାଳେ କରେ ପ୍ରଣିପାତ 


ଘେନ ପ୍ରଭୁ ମୋ ଦାୟିନୀ ବିନୀତ 

ଅପରାଧୀ ହୋଇପାରେ ଭକ୍ତି ମୋର ସତ୍ୟ 

ଆଜି ଏ ଅକ୍ଷୟ ତୃତୀୟା ଵିଧି ଯାହା ପ୍ରଚଳିତ 

ତମ ବିନା ତମ କାମ ଅଧୁରା ନିଶ୍ଚିତ 

ଅଣସର ଘରେ ତମେ ଏକାନ୍ତ ବାସରେ ଅନ୍ତତଃ 

ରହିବା ପୁର୍ବରୁ ଘେନାକର ଦାସୀକରେ ପ୍ରାୟଶ୍ଚିତ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract