Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Abstract Classics

4  

Niranjan Mishra

Abstract Classics

ଶାରଦୀୟ ଦୁର୍ଗୋତ୍ସବ

ଶାରଦୀୟ ଦୁର୍ଗୋତ୍ସବ

1 min
365



ନିର୍ମଳ ଶରଦ ବିରାଜେ ଧରାରେ

ସଭିଏଁ ହରଷ ମତି ।

ମାଆ ଦଶଭୁଜା ଧରାକୁ ଆସିବେ

ସମୀର ଗାଉଛି ଗୀତି ।୧।

ପରମ୍ପରା କ୍ରମେ ଷୋଡଶ ଦିବସ

ପୂଜା ଚାଲେ ମାଆଙ୍କର ।

ଶାରଦୀୟ ଦୁର୍ଗୋତ୍ସବ ନାମ ବୋଲି

ପ୍ରସିଦ୍ଧି ଅଛି ଏହାର ।୨।

ମୂଳାଷ୍ଟମୀଠାରୁ ପୀଠଗୁଡିକରେ

ଏ ପର୍ବ ହୁଏ ପାଳନ ।

ଷୋଡଶ ଦିବସ ପୂଜନ ହୁଅଇ

ପୁଲକିତ ତନୁ ମନ ।୩।

ଆଶ୍ୱିନ ମାସର ଶୁକଳ ପକ୍ଷର

ଅଷ୍ଟମୀ ନବମୀ ସନ୍ଧି ।

ସମୟରେ ସନ୍ଧିପୂଜା ଅନୁଷ୍ଠିତ

ହୁଅଇ ପଶୁକୁ ବନ୍ଦୀ ।୪।

ନବମୀ ତିଥିରେ ଶାନ୍ତି ପୂଜା ହୁଏ

ଦଶମୀ ତିଥି ଆସିଲେ ।

କୁମାରୀ ପୂଜନ ଅପରାଜିତାଙ୍କ

ପୂଜନ ହୁଏ ବିଧିରେ ।୫।

ମୃଣ୍ମୟୀ ଦେବୀଙ୍କ ପୂଜା ଅନୁଷ୍ଠିତ

ଆଟୋପେ ଚାଲେ ମଣ୍ଡପେ ।

ଚାରି ଦିନ ଧରି ମାଆଙ୍କ ପୂଜନ

ହୁଏ ଅପରୂପ ରୂପେ ।୬।

ଆଶ୍ୱିନ ଶୁକଳ ଷଷ୍ଠୀ ତିଥି ଦିନ

ହୁଅଇ ବିଲ୍ୱ ବରଣ ।

ମହା ସମାରୋହେ ପୂଜନ ହୁଅଇ

ମଣ୍ଡପେ ଶୋହେ ତୋରଣ ।୭।

ଆଲୋକମାଳାରେ ଆଲୋକିତା ଦେବୀ

ଝଟଝଟ ଦିଶୁଥାନ୍ତି ।

ସିଂହର ପୃଷ୍ଠରେ ଏକ ପାଦ ଆନ

ମହିଷା ପୃଷ୍ଠରେ ସ୍ଥିତି ।୮।

ବିବିଧ ଭୂଷଣ ଦିବ୍ୟ ଅଳଙ୍କାରେ

ହସ୍ତେ ଅସ୍ତ୍ର ଶସ୍ତ୍ର ଧରି ।

ତ୍ରିଶୂଳ ଧାରିଣୀ ମହିଷା ବକ୍ଷରେ

ଶୂଳ ଛନ୍ତି ଭେଦ କରି ।୯।

ଗଗନ ପବନ ହୁଏ ମୁଖରିତ

ଦେବୀ ପାଉଥାନ୍ତି ପୂଜା ।

ବୈଦିକ ମନ୍ତ୍ରରେ ପୂଜା ବିଧି ଚାଲେ

ସଭିଏଁ ନିଅନ୍ତି ମଜା ।୧୦।

ଭାବ ଭକତିର ଶ୍ରଦ୍ଧା ବିଶ୍ୱାସର

ମାଆ ଦେବୀ ଦଶଭୁଜା ।

ସଭିଙ୍କୁ କରୁଣା କରିବ ଗୋ ମାତା

ଏ ବିନତି ନାହିଁ ଦୁଜା ।୧୧।



Rate this content
Log in

Similar oriya poem from Abstract