STORYMIRROR

Balabanta Sahu

Inspirational Abstract Others

3  

Balabanta Sahu

Inspirational Abstract Others

ନେତାଜୀ..ଆସ ତୁମେ ଫେରିଆସ !

ନେତାଜୀ..ଆସ ତୁମେ ଫେରିଆସ !

1 min
14K


ହେ ନେତାଜୀ..

ହେ ସୁବାଷ ବୋଷ !

ଏମିତି କିଛି ଶବ୍ଦ ଯେତେବେଳେ

ମୋ ପରିବେଶରେ ପ୍ରକମ୍ପିତ ହୋଇଉଠେ

ହଠାତ୍ !

ଆମ ମାଟିକାନ୍ଥରେ ଟଣା ସେ ଫଟୋ

ହଁ, ସେ ଅଧମୃତ, ଅଧସୁପ୍ତ ଫଟୋ

ଲୁହକୁ ଲୁଚାଇ ଲୁଚାଇ କାନ୍ଦୁଥିବା

ମର୍ମେ ମର୍ମେ ଅନୁଭବ ହୁଏ,

ଅନୁଭବ ହୁଏ ତା’ ଦରଦ କୁ

ତା’ ଜ୍ୱାଳାକୁ

ତା’ ହୃଦୟ କୋଣର ବେଦନା କୁ

ତା’ ଭଗ୍ନପ୍ରାୟ ସୁପ୍ତ ଆଶା କୁ

ଅନୁଭବ କରିହୁଏ,

ସେ ଉଷ୍ନ ତରଳ ପଦାର୍ଥର ମୂଲ୍ୟକୁ ।

ସହସ୍ର ଭାବନାରେ ପୂର୍ଣ୍ଣ ଏ ମସ୍ତିଷ୍କ

ହଠାତ୍ ହୋଇଯାଏ ବାଟବଣା

ଭାବନା ଦୌଡିଚାଲେ ମାତ୍ର ଗୋଟାଏ ଦିଗକୁ

ଭାବନାରେ ଚାଲିଆସେ ସେଇ ରାମ ରାଜ୍ୟ

ସେଇ ଅହେତୁକର ଭାବ

ସେଇ ସତ୍ୟର ନଦୀବନ୍ଧ

ସେଇ ସିଂହ ଗର୍ଜନ ପରି ଉକ୍ତି

ଗୁଞ୍ଜି ଉଠେ ମୋ କାନ ଭିତରେ..

   "ମୋତେ ରକ୍ତ ଦିଅ.. 

   ମୁଁ ତୁମକୁ ସ୍ଵାଧୀନତା ଦେବି..."

ତା ସହିତ ପାଟିରୁ ସ୍ୱତଃଫୁର୍ତ୍ତ ବାହାରି ଆସେ

ନେତାଜୀ... ତୁମେ ଫେରିଆସ

ଆସି ପୂରଣ କରିଦିଅ ସବୁ ସ୍ୱପ୍ନକୁ

ଗଢିଦିଅ ଅଧାସ୍ୱାଧୀନ ଭାରତବର୍ଷକୁ

ବାନ୍ଧିଦିଅ ମାନବିକତାର ବନ୍ଧକୁ

ବ୍ୟାପିଦିଅ ସେ ଅପୂର୍ବ ଚିନ୍ତାଧାରାକୁ

ଆସ, ଆସ ନେତା...

ଆସ ତୁମେ ! ଫେରିଆସ…

ହଁ ଆସ ! ଆସ ତୁମେ ଫେରିଆସ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational