STORYMIRROR

Chittaranjan Lenka

Inspirational Abstract Others

3  

Chittaranjan Lenka

Inspirational Abstract Others

ମନୋକାମନା

ମନୋକାମନା

1 min
13.4K


ମନ ମୋ ହେଉଛି   ଯାଆନ୍ତି କି ପୁରୀ

କରନ୍ତି ତୋ ଦରଶନ

ସିଂହ ଦୁଆରକୁ   ଡେଇଁଗଲା ପରେ

ଭୁଲନ୍ତି ମାୟା ବନ୍ଧନ


ବାଇଶି ପାହାଚେ   ଗଡି ମୁଁ ଯାଆନ୍ତି

ପାଗଳ ପ୍ରାୟେକ ହୋଇ

ତୋର ଚାରି କଡ  ଦେବା ଦେବୀ ଯେତେ

ଦେଖନ୍ତି ନେତ୍ର ମେଲାଇ


ବହି ଯାଉଥାନ୍ତା   ଆଖି ଲୁହ ଧାର

ଦେଖି ତୋ କଳାବଦନ

ଟଙ୍କ ତୋରାଣୀକୁ  ଅବଢା ସେବନ

ହୁଅନ୍ତା ଶେଷ ଭୋଜନ


ଫେରନ୍ତିନି ଆଉ   ମୋ ନିଜ ଜାଗାକୁ

ବଡ ଦାଣ୍ଡେ ଯା’ନ୍ତା ପ୍ରାଣ

ସ୍ୱର୍ଗଦ୍ୱାରେ ଦାହ  କରନ୍ତେ ଆତ୍ମୀୟ

ମିଳନ୍ତା ତୋର ଚରଣ



ଚିତ୍ତ ରଞ୍ଜନ ଲେଙ୍କା (କଟକ)©


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational