Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

4  

Kalandi pal

Inspirational

ଶାରଦେ

ଶାରଦେ

1 min
483



ଓଁ ନମୋ ଭବାନୀ ଓଁ ନମୋ ଶିବାନୀ

    ଓଁ ନମୋ ସିଂହ ବାହିନୀ

ଘେନ ପ୍ରଣିପାତ ହେ ଜଗତ ମାତ 

     ଚରଣେ ଶରଣ ଜନନୀ

ନମୋ, ତ୍ରିଭୁବନ ମନ ମୋହିନୀ l


କେତେବେଳେ ହୁଅ ଦୁଇ ଭୁଜା ମାତା 

    କେତେବେଳେ ଚତୁର୍ଭୁଜା

କେତେବେଳେ ହୁଅ ଅଷ୍ଟାଭୁଜା ମା

    କେତେବେଳେ ଦଶଭୁଜା

କେତେବେଳେ ଆସ ବାଘ୍ର ବାହାନରେ

ଗର୍ଦ୍ଧଭ ବାହନେ ଆସ କେତେବେଳେ.

     କେତେବେଳେ ସିଂହବାହିନୀ l


ଶରତ ଶାରଦେ କାଶତଣ୍ଡୀ ଧାରେ

     ଆସ ମର୍ତ୍ତ୍ୟରେ ଓହ୍ଲେଇ

ପୂଜା ମଣ୍ଡପରେ ଆଲୋକ ସଜାରେ

     ପୂଜା ହୁଏ ମୂର୍ତ୍ତି ମୃଣ୍ମୟୀ

ଆଶିଷ ଦାୟିନୀ ଶୁଭ ପ୍ରଦାୟିନୀ

ମଙ୍ଗଳ କାରିଣୀ ଦୁର୍ଲଭ ରୂପିଣୀ

    ମାତା ସର୍ବ ବିଘ୍ନବିନାଶିନି ।


Rate this content
Log in

Similar oriya poem from Inspirational