STORYMIRROR

Puspanjali Panda

Inspirational

3  

Puspanjali Panda

Inspirational

ଶାନ୍ତିସ୍ତୁପ

ଶାନ୍ତିସ୍ତୁପ

1 min
11.5K

ଏଠି ଶାନ୍ତିର ପଥ ଉନ୍ମୁକ୍ତ

ମନ ପ୍ରାଣ ହୁଏଦେଖି ପୁଲକିତ l


ହିଂସା ନାହିଁ କିବା ଘୃଣା ନାହିଁ

ଅହିଂସା ,ଜୀବେ ଦୟା ବହି l


ପାହାଚ ପାହାଚ ଉପରକୁ 

ଶାନ୍ତି ଛୁଇଁ ଥାଏ ଜୀବନକୁ l


କାମନାର ଅଗ୍ନିଶିଖା ଶୂନ୍ୟ

ଭିକ୍ଷୁ ସାଜିବାରେ ମହାପୁଣ୍ୟ l


ପଥଚାରୀ ପାଦ ଆଗେ ଚାଲେ

ବରଫ କାକର ହିମ ତଳେ l


ନାହିଁ ଅଭିଯୋଗ ନାହିଁ ଅଭିମାନ

ଚାହେଁ ନାହିଁ କିଛି ମାନ ସନମାନ l


ଧର୍ମ ଶରଣ,ବୁଦ୍ଧ ଶରଣ ହେଲେ

ସଂଘ ଶରଣ ହେଲେ

ହଟେ ମରଣ ,କାମନା ଭଲେ l


ଅହରହ ଚାଲେ ଜୀବନର ଗତି

ମାନେନାହିଁ ଭୋକ ଆଉ ତାତି l


ଶ୍ରମଣ ଭିକ୍ଷୁର ଜୀବନରେ

ସମୟ ହାରେ ବେଳେ ବେଳେ l


କେବେ ଦେଖି ନାହିଁ ଦୁଃଖ ତ୍ରାସ

ମୁଖ ମଣ୍ଡଳେରେ ପ୍ରଶାନ୍ତି ବିରାଜ l


ବାଘ ସିଂହ ଠି ବୋଲ ମାନୁଥାଏ

ବୌଦ୍ଧ ଭିକ୍ଷୁର ଯାଦୁ କିମିଆଁ ଇଏ l


ଏଠି ପାହାଡ କଥା ବି କହୁଥାଏ

ବାଦଲ ସହିତ ମିଶି ଖେଳୁଥାଏ l


ପ୍ରକୃତି ତରୂପ ଏଠି ଅପରୂପ

ଶୋଭା ମଣ୍ଡିତ ଏ ଆମ ଶାନ୍ତିସ୍ତୂପ ।



Rate this content
Log in

Similar oriya poem from Inspirational