STORYMIRROR

Ajit Kumar Raut

Tragedy

4  

Ajit Kumar Raut

Tragedy

ଶାନ୍ତିର ସନ୍ଦେଶ ଦିଅ ଚକ୍ରଧର

ଶାନ୍ତିର ସନ୍ଦେଶ ଦିଅ ଚକ୍ରଧର

2 mins
339

ୟୁକ୍ରେନ ରୁଷିଆ ଯୁଦ୍ଧ ଚିନ୍ତିତ କରୁଛି

    ପରମାଣୁ ଯୁଦ୍ଧର କି ଦୃଶ୍ୟ ସୂଚାଉଛି,

ସତେ କି ସମୟ ଏହୁ ବିଶ୍ବରେ ଆସୁଛି

    ବିନାଶ ସମୟ ଏହା ସାକ୍ଷାତେ ଦିଶୁଅଛି।


ନାହିଁ ରାଷ୍ଟ୍ରଙ୍କର ତହିଁ ଶାନ୍ତିର ସନ୍ଦେଶ

    ଲାଭ ପାଇଁ ସ୍ବାର୍ଥ କିମ୍ପା ରହିଛି ଉଦ୍ଦେଶ୍ୟ

ଯୁଦ୍ଧ ବନ୍ଦେ କିମ୍ପା ନାହିଁ ପ୍ରୟାସ ତାଙ୍କରେ

    କିମ୍ପା ଶାନ୍ତିବାର୍ତ୍ତା ନାହିଁ ରାଷ୍ଟ୍ରଙ୍କ ଭିତରେ ।


ଏକ ଆରେକକୁ ତହିଁ ରାଷ୍ଟ୍ରେ ସମର୍ଥନ

   କିମ୍ପା ଲାଭ ପାଇଁ ଏହୁ ହୁଏଟି ନିର୍ମାଣ

ଜନତାଙ୍କ ଚିନ୍ତା କିମ୍ପା ନାହିଁ ହୃଦୟରେ

   କିମ୍ପା ଯୁଦ୍ଧ ପାଇଁ ନିତ୍ୟେ ପ୍ରେରିତ ରାଷ୍ଟ୍ରରେ ।


ମାସରୁ ଅଧିକ ଯୁଦ୍ଧ ଦୁଇ ରାଷ୍ଟ୍ରଙ୍କରେ

   କ୍ଷତି ହୁଏ ନିତି ତହିଁ ଯୁଦ୍ଧର ଜ୍ବାଳାରେ,

ଦିନରାତି ତହିଁ ଦିଶେ ମୃତ୍ୟୁର ତାଣ୍ଡବ

   ଧନ ସମ୍ପତ୍ତିର କ୍ଷତି ରୋଦନର ରାବ୍ ।


ରୋଦନର ରାବ୍ ତହିଁ ଶୁଭେ ଘନଘନ

    ବିଶ୍ବ ରାଷ୍ଟ୍ରଙ୍କର ତହିଁ ନାହି ହିଁ ଟି ଧ୍ୟାନ,

ସର୍ବୋଚ୍ଚ ଉଦ୍ଦେଶ୍ୟ ତାଙ୍କୁ କରୁଛି ପାଗଳ

    କିପରି ଟି ବିଶ୍ବ ଏବେ ହୋଇଛି ପାଗଳ।


ମୂଲ୍ୟ ଜନତାଙ୍କ ଯେବେ ନବୁଝେ ଟି ରାଷ୍ଟ୍ର

    ମୂଲ୍ୟ ନାହିଁ ସର୍ବୋଚ୍ଚର ଅଟେ ରାଷ୍ଟ୍ର ଦୁଷ୍ଟ,

ମନ ବୃତ୍ତି ଯେବେ ତାଙ୍କ ଏପରି ରହିବ

    ତୃତୀୟ ବିଶ୍ବଯୁଦ୍ଧ ହିଁ ଅବଶ୍ୟ ହୋଇବ।


କରେ ନିତି ନିବେଦନ ଭାରତ ମହାନ

    କଥାବାର୍ତ୍ତା କରି କର ଯୁଦ୍ଧ ସମାଧାନ,

ଯୁଦ୍ଧ ବଳେ କିଛି କେବେ ଲାଭ ହେବ ନାହିଁ

    ବାର୍ତ୍ତାଲାପ ଫଳେ ହେବ ସମାଧାନ ତହିଁ।


ମନ ବୃତ୍ତି ବିଶ୍ବେ ଯହିଁ ଏପରି ରହିବ

   ଏ ବ୍ରହ୍ମାଣ୍ଡ ନିଶ୍ଚେ ଦିନେ ବିନାଶ ହୋଇବ,

ସର୍ବୋଚ୍ଚ ହେବାର ଇଚ୍ଛା ବିନାଶ କରିବ

    ପ୍ରରମାଣୁ ଅସ୍ତ୍ର ଦିନେ ପ୍ରୟୋଗ ହୋଇବ।


ଉତ୍ତେଜନା କରୁଛନ୍ତି ଦୁଇ ରାଷ୍ଟ୍ର ମଧ୍ୟେ

    ସୁପର ପାୱାର୍ ରାଷ୍ଟ୍ର ଏହୁ କାର୍ଯ୍ୟ ମଧ୍ୟେ,

ଏକ ରାଷ୍ଟ୍ରେ କୁହେ ଏବେ ଅସ୍ତ୍ରଶସ୍ତ୍ର ଦେବି

    ଯାହା ଆବଶ୍ୟକ ସବୁ ଯୁଦ୍ଧରେ ମୁଁ ଦେବି।


ଅନ୍ୟ ରାଷ୍ଟ୍ର ପାଇଁ କରେ ପ୍ରତିବନ୍ଧ ସବୁ

    ଯୁଦ୍ଧ ସମାପନ କେବେ ହୋଇବ କି ବାବୁ

ଦୁଇ ଭାଗେଟି ବିଭକ୍ତ ରାଷ୍ଟ୍ର ହେଉ ଛନ୍ତି

     ତୃତୀୟ ବିଶ୍ବ ଯୁଦ୍ଧର ସଂକେତ ଆଣନ୍ତି।


କିପରି ଟି ଏହା ବିଶ୍ବେ ରାଷ୍ଟ୍ର କାର୍ଯ୍ୟକର୍ମ

     କରେ ଭୟଭୀତ ନିତ୍ୟେ ତାଙ୍କ ସ୍ବାର୍ଥ କର୍ମ,

ସତେ କି ବିନାଶ ହେବ ଏ ମହିମଣ୍ଡଳ

     ବିଶ୍ବ ଯୁଦ୍ଧ ହେବ କିବା ଆସିବ ହିଁ କାଳ।


ଯୁଦ୍ଧ ଦୂର କର ପ୍ରଭୁ ତୁମେ ଜଗନ୍ନାଥ

     ତବବିନୁ ଗତି ନାହିଁ ଜଗତର ନାଥ,

ଚକ୍ରଧର ଦୂର କର ଯୁଦ୍ଧ ଭୟଙ୍କର

      କର କୃପା କୃପାସିନ୍ଧୁ ଯୁଦ୍ଧ ବନ୍ଦ କର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy