STORYMIRROR

Dr Simant Kumar Nanda

Inspirational

3  

Dr Simant Kumar Nanda

Inspirational

*ଶାନ୍ତି* ସକାଳୁ ବେଡ୍ ଟି ବେଳେ,

*ଶାନ୍ତି* ସକାଳୁ ବେଡ୍ ଟି ବେଳେ,

1 min
215


ସକାଳୁ ବେଡ୍ ଟି ବେଳେ, ଶାନ୍ତି 

ମନେ ପଡିଗଲା ।

ପଚାରିଲି, ଶାନ୍ତି କୁ ଦେଖିଛ ତୁମେ ।

କି ବାଚାଳ ହୋ,

ସେ କଣ ଦେଖିବାର ଚିଜ,

ଅନୁଭବ ର ।

ଏଇ ଯେମିିତି ଭଗବାନ, କିଏ ଦେଖିଛି ତାଙ୍କୁ !

 କିନ୍ତୁ ଅଛନ୍ତି ସବୁଠି।

ଶାନ୍ତି ତାଙ୍କର ପାତ୍ରୀ।

ଆଶିଷ ରୁ ମିଳେ।

ଭାବିଲି ବହୁତ ଜ୍ଞାନ ଅଛି।

ଚୁପ୍ ରହି, ସମ୍ମତି ଜଣାଇଲି।

ପଚାରିଲି ପାଇଛ କି?

ହଁ, ସବୁଦିନ ରାଧା ମାଧବଙ୍କ ପୂଜାରୁ

ମୋତେ ମିଳେ।


ମୁଣ୍ଡ କୁ ହଲାଇ ଚାହିଁଲି।

ଆ ଛା

 ବହୁତ ଶାନ୍ତି ଲାଗିଲା

 କହୁଥିଲ, କାଲି ରାତିରେ।

ଚମକି ପଡ଼ିଲେ, ଲାଜେଇ ଗଲେ

ମୁହଁ ଫେରାଇ ଆଣିଲି, ମୁଁ।


ସଂଘର୍ଷ ରୁ ଶାନ୍ତି ମିଳେ !

ଜାଣିଛ କି?

କଥା କୁ ସାମାନ୍ୟ କରିବା ପାଇଁ କହିଲି।

ନା, ଅଶାନ୍ତି ମିଳେ।


ଦୁଇଟି ଦେଶ ମଧ୍ୟରେ, ଯୁଦ୍ଧ ପରେ

କଣ ଆସେ ,

ଦୁଇ ପଡୋଶୀ ଙ୍କ କଳହାନ୍ତେ,

ଷଣ୍ଢ ଲଢେଇ ପରେ,

ବୁଲା କୁକୁରଙ୍କ ସମର ଶେଷରେ,

ବିକଟାଳ ଶବ୍ଦ, ବିଡାଳ ଦ୍ଵନ୍ଦ ସରିଲେ

ଦୁଇ ଦେହ ର ମିଳନାତ୍ମକ

ସଂଘର୍ଷ ପରେ।


ଆନନ୍ଦ, ତୃପ୍ତି , ଶାନ୍ତି ଓ ମୁକ୍ତି 

ସବୁ ମିଳେ,

ସାତ୍ତ୍ୱିକ, ଶାଶ୍ଵତ ପ୍ରେମରୁ।

ଆଧ୍ୟାତ୍ମିକ ଚିନ୍ତନ ରୁ,

ପ୍ରଭୁଙ୍କ କରୁଣା ରୁ।


ଏ ଏ ଇ

ମୋତେ ଟିକେ, ଦିଅନା।

ସେଇ ଶାନ୍ତି ହିଁ ମୋର କାମ୍ୟ।


        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational