STORYMIRROR

PRABHAS KUMAR MOHAPATRA

Inspirational

3  

PRABHAS KUMAR MOHAPATRA

Inspirational

ଶାନ୍ତି ଲୋଡ଼ା ଦେଶ ଦେଶରେ

ଶାନ୍ତି ଲୋଡ଼ା ଦେଶ ଦେଶରେ

1 min
243

ଶାନ୍ତି ଲୋଡ଼ା ଦେଶ ଦେଶରେ ତ ଭାଇ

ଶାନ୍ତି ଲୋଡ଼ା ଦେଶ ଦେଶରେ

ହିଂସା, ଯୁଦ୍ଧ, ଦ୍ୱେଷ ଜୀବ ହୁଏ ଶେଷ

କ୍ଷଣିକ ମଧ୍ୟ୍ୟରେ ଦେଶରେ

ଶାନ୍ତି ଲୋଡ଼ା ଦେଶ ଦେଶରେ

ଲୋଡ଼ା ସ୍ନେହ ପ୍ରେମ ଅତୁଟ ବନ୍ଧନ

ଭାଇ ଚାରା ଦେଶ ଦେଶରେ

ଲୋଡ଼ା ନାହିଁ ହିଂସା ମୃତ୍ୟୁ ର ତାଣ୍ଡବ

ଶାନ୍ତି ଲୋଡ଼ା ଦେଶ ଦେଶରେ

ଶାନ୍ତି ଲୋଡ଼ା ଦେଶ ଦେଶରେ

ଲୋଡ଼ା ନାହିଁ ଗୁଳି ପରମାଣୁ ବୋମା

ରକ୍ତ ଭିଜା ମୃତ ଦେଶରେ

ନ ଶୁଭୁ ଚିତ୍କାର ଆକୁଳ କ୍ରନ୍ଦନ

ଭାଇ ଦେଶ ଦେଶ ଭିତରେ

ଶାନ୍ତି ଲୋଡ଼ା ଦେଶ ଦେଶରେ

ନ ମରୁ କା ଘରେ ଆତ୍ମୀୟ କେହିରେ

ଅପ୍ରାକୃତିକ ଏ ଯୁଦ୍ଧରେ

ଯୁଦ୍ଧ ଟଳି ଯାଉ ଖୁବ ଶୀଘ୍ର ଆଉ

ଭାଇ ଦେଶ ଦେଶ ଭିତରେ

ଶାନ୍ତି ଲୋଡ଼ା ଦେଶ ଦେଶରେ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational