STORYMIRROR

Jyochhna rani Devi

Inspirational

3  

Jyochhna rani Devi

Inspirational

ଶାମୁକା

ଶାମୁକା

1 min
388


ପୃଷ୍ଠ ଭାଗେ କଠୋର କଠିନ ଥିଲା ମୋର ଆବରଣ

ଅନ୍ତଃସାର ଥିଲା କିନ୍ତୁ ମୋର ସୁନ୍ଦର ସୁଠାମ ଆଉ ତରଳ ନିଖୁଣ

ପଳପଳ ମାଂସ ମୋର ଚିପୁଡି ନିଗାଡି କରି ଅନ୍ତ ଶୂନ୍ୟ

ଖାଇଗଲେ ମାଂସଲୋଭୀ ପିଶାଚ ପ୍ରବର ହୋଇ କେଡେ ଦୀନ ।



ଦେଖିଲେ ସଭିଏଁ ଖାଲି ଗର୍ଭ ଚିରି ମୋର

ପୁଞ୍ଜିଭୁତ ସବୁଠାରେ ବହଳ ଅନ୍ଧାର

କେତେ ଯତ୍ନେ ତିଆରିଲି ଶୁଭ୍ର ମୁକ୍ତା ରାଜି

ନ ଦେଖିଲା କେହି ତା' ରେ ଉତ୍ତରିଲା ଗଜି ।


ଅଚିରେ ମଉଳିଗଲା ମୋ ଜାତକମାଳା

ସାଧାରଣ ଶାମୁକା ମୁଁ ବୁଡିଲା ମୋ ଭେଳା

ମୋ ଅସ୍ମିତା ମୋ ଅସ୍ତିତ୍ଵ ହୋଇଲା ବିନାଶ

ମୁକ୍ତାମାଳେ ଥାଆନ୍ତା ମୋ ଅମର ନିଃଶ୍ବାସ ।


ତଥାପି ମୁଁ ହାରିନାହିଁ ଜାରି ଅଛି ମୋହର ଲଢେଇ

ବାଲୁକାର ସ୍ତୁପ ମଧ୍ୟେ ଦେଇଛି ମୁଁ ମୋ ଶବ ଗଡେଇ

ମରିନାହିଁ ମରିବିନି ହାରିବିନି କରିଛି ମୁଁ ପଣ

ପଥର ପାଲଟି ମଧ୍ୟ ସୁଝିବି ମୁଁ ମୋ ସୃଷ୍ଟିର ଋଣ ।


ଦୁର୍ଲ୍ଲଭ ଏ ସଂସାରରେ ରହିଥିବି ଦୁଆର ତୋରଣେ

ଗୃହାଙ୍ଗନେ ମିଶିରହି ଫଟାକାନ୍ଥେ ପ୍ରାଚୀର ପ୍ରାଙ୍ଗଣେ

ଦେଇ ପାରିଲିନି ଜନ୍ମ ମୁକ୍ତାକୁ ମୁଁ ବରିଲି ମରଣ

ତଥାପି ବିଅର୍ଥ ନୋହିବ ମୋର ଏ ଅମୂଲ୍ୟ ସର୍ଜନ ।।



ପଞ୍ଚଭୂତୁ ସୃଷ୍ଟି ପୁଣି ପଞ୍ଚଭୂତେହେବାଯାଏଁ ଲୀନ

ଥକିବିନି ହଟିବିନି ପାଶୋରିବି ମୋର ଶୁନ୍ୟପଣ

ନଶ୍ଵର ଶରୀର ମୋର ନ ହୋଇବ କେବେ ଅକାରଣ

ଆୟୁଷ ମୋ ରହିରହି କରୁଥିବ ପୀୟୁଷ ସିଞ୍ଚନ ।




      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational