STORYMIRROR

Subham Sahu

Abstract Fantasy

3  

Subham Sahu

Abstract Fantasy

ଶାଳିଆ ନଈ

ଶାଳିଆ ନଈ

1 min
292

ଶାଳିଆ ନଈରେ ଶାଳିଆ ନଈ,

ତୋ ବନାନୀ ମୋତେ ଭଲ ଲାଗଇ ।


ତୋର ଅଛି ଯେତେ ଐତିହ୍ୟ ଗାଥା,

ହୋଇବନି କେବେ ଚୀର ଅନ୍ୟଥା ।


ତୋ ପାଣି ଅଟେ ଯେ ଏତେ ମଧୁର,

କହିବାକୁ ଭାଷା ନାହିଁ ମୋହର ।


ଡୋମଣୀ ମା ର ପଦ ସ୍ପର୍ଶ ରେ,

ତୁ ବହିଛୁ ସେଠି ଚୀର ସ୍ରୋତରେ ।


ସକାଳେ, ସନ୍ଧ୍ୟାରେ ଆହା କି ଦୃଶ୍ୟ,

ଦେଖିଦେଲେ ମନ ହୁଏ ସନ୍ତୋଷ ।


ତୋ ପାଣିରେ ସର୍ବେ ମତ୍ସ୍ୟକୁ ଧରି,

କରିଥାନ୍ତି ତାଙ୍କ କୁଟୁମ୍ବ ପାରି ।


Rate this content
Log in

Similar oriya poem from Abstract