STORYMIRROR

Satyabati Swain

Romance

3  

Satyabati Swain

Romance

ସେଥିପାଇଁ

ସେଥିପାଇଁ

1 min
244

ସମୁଦ୍ରରେ ଚାଲେ ସିଏ

ମାଟିରେ ପହଁରେ

ଆକାଶେ ଫସଲ କରିବା ଧୃଷ୍ଟତା କରେ

ପବନରେ ଡଙ୍ଗା ଚଳାଏ।


ସେ ମହାକାଶ ଖେଦେ

ସୁନାର ଆତ ପାଇଁ

ପାହାଡ଼ ଡେଇଁ ଯିବ କୁହେ

ଇଛାର ପକ୍ଷୀରାଜ ଘୋଡା ପରେ

ବିଶ୍ୱ ବୁଲିବାକୁ ଚାହେଁ।


ଦୁଃସାହସିକ ଚ୍ୟାଲେଞ୍ଜକୁ 

ଡରେ ନାହିଁ

ନିଷ୍କପଟ ,ସରଳ ,ସଫା ହୃଦୟର

ଖୋଲା ବହିଟିଏ

ବେଲ୍ ଜିୟମ ଦର୍ପଣ ତା ମନ

ସେଥିପାଇଁ ମୁଁ ତାକୁ ଅତି

ଭାରି ଭଲ ପାଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance