STORYMIRROR

Naliniprava Subudhi

Fantasy

3  

Naliniprava Subudhi

Fantasy

ସେନେହ ଡୋରୀ

ସେନେହ ଡୋରୀ

1 min
124


ଦୁଇ ଭାଇ ମୋର କାଳିଆ,ବଳିଆ

ମୁଁ ତାଙ୍କ ଗେହ୍ଲା ଭଉଣୀ। 

ଚାହିଁ ରହିଛି ମୁଁ ରାକ୍ଷୀ ପୂର୍ଣ୍ଣମୀ କୁ

ରାକ୍ଷୀ ବାନ୍ଧିବାକୁ ପୁଣି। 


ସେନେହ ର ଡୋର ରାକ୍ଷୀ ଟା ମୋହର

କେତେ ଆଶା ସ୍ବପ୍ନ ନେଇ। 

ଅପେକ୍ଷା କରିଛି ମୋ ଭାଇ ମାନଙ୍କୁ

ରାକ୍ଷୀ ବାନ୍ଧି ଦେବାପାଇଁ। 


ବଡଭାଇ ମୋର ବଳଭଦ୍ର ପୁଣି

ସାନଭାଇ ଜଗନ୍ନାଥ। 

ରାକ୍ଷୀର ପାଉଣା କିଛି ଲୋଡା ନାହିଁ

ଆଶୀର୍ବାଦ ବୋଳା ହାତ। 


ମୋ, ମୁଣ୍ଡ ଉପରେ ସଦାଥାଉ ଭାଇ

ତୁମରି ଅମୂଲ୍ଯ ସ୍ନେହ। 

ଭୂଲିବନି ଭାଇ ଚିର କାଳ ପାଇଁ

କରୁଅଛି ଅନୁନୟ। 


ଯିଏ ଯେଉଁ ଠାରେ ରହିଥିବା ପଛେ

ଏହି ଆମ ପରିଚୟ। 

ଗୋଟିଏ ତରୁ ର ତିନି ଗୋଟି ଶାଖା

ସମୟର ନିରିନୟ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy