Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sandhyarani dash

Inspirational

4.8  

Sandhyarani dash

Inspirational

ସେଇଠୁ ଯିବନି ଫେରି

ସେଇଠୁ ଯିବନି ଫେରି

1 min
91


ଧରଣୀ ଡାକୁଛି ତୁମକୁ ଖୋଜୁଛି

ଆରେ ମୌସୁମୀ ଫେରିଆ

ଉତ୍ତପ୍ତ ରେ ସାରା ଶରୀର ଜଳୁଛି

ଅଭିମାନ ଏତେ କିଆଁ।

ତୁମ ଅଗମନେ ଧରଣୀ ହସିବ

ସବୁଜ ଶ୍ୟାମଳ ଭରି

ମୟୂର ନାଚି ବ ପୁଚ୍ଛ ଟେ କି ତାର

ବରଷ ଅପେକ୍ଷା କରି।

ଜୀବନ ବଞ୍ଚାଇ ଚାଷୀ ଭାଇ ଆମ

କ୍ଷେତକୁ ଧାଇଁ ବ ଆଗ

ବାଡି ବଗିଚାରେ ଫସଲ ଭରିବ

ପନିପରିବା ଓ ଶାଗ।

ତୁମ ବିନା ଆଜି ସହରରୁ ଗାଆଁ

ଲାଗୁଛି ଶୁନଶାନ୍

ଦିବାକର ରୋଷ କରିଛନ୍ତି ସତେ

ତୁମେ ମନାଇ ବ ମନ।

ତୁମେ ନ ଫେରିଲେ ଜଗତ ଟା ଆହା

ପୋଡ଼ି ଜଳି ଧ୍ଵଂସ ହେବ

ତୁମକୁ ସ୍ବାଗତ କରିବା ପାଇଁ କି

ଧରାରେ କେହି ନ ଥିବେ।

ତୁମ ସ୍ପର୍ଶ ପାଇ ଧରଣୀ ମାଆ ଟି

ଖୁସି ରେ ହସି ଉଠିବ

ଜୀବ ଜନ୍ତୁ ସବୁ ନାଚି ଗାଇ ଯିବେ

ନିର୍ଜୀବ ପାଇବ ଜୀବ।

ବରଷା ରାଣୀ ମୋ ଋଷି ଯା ଅ ନାହିଁ

କର ନାହିଁ ଆଉ ଡେରି

ଏଇ ସନ ଆଉ କେରଳକୁ ଛୁଇଁ

ସେଇଠୁ ଯିବନି ଫେରି।



Rate this content
Log in