STORYMIRROR

Bijoy Jena

Inspirational

3  

Bijoy Jena

Inspirational

ସେଇ ନଣ୍ଡା ପାହାଡ଼

ସେଇ ନଣ୍ଡା ପାହାଡ଼

1 min
243


ଏଇ ବର୍ଷକ ପୂର୍ବେ

ସେଇ ନଣ୍ଡା ପାହାଡଟିକୁ ଦେଖିଥିଲି

ବଡ ରୁକ୍ଷ ଦିଶୁଥିଲା

ତା ଉପରକୁ ଚଢ଼ିବାକୁ

ବଡ ଖାଁ ଖାଁ ଲାଗୁଥିଲା  

କିନ୍ତୁ ଆଜି ଦେଖୁଛି ତା ଠାରେ

ଏକ ବିରାଟ ପରିବର୍ତ୍ତନ ଆସିଛି

ଶ୍ୟାମଳିମା ସବୁଜିମାରେ ପୂର୍ଣ୍ଣ ହୋଇଛି

ବହୁ ଅନାବନା ବୃକ୍ଷରେ ଛାଇ ହୋଇଯାଇଛି   

ବିହଙ୍ଗମ ଗଣ ସମାବେଶ ହେଉଛନ୍ତି

ବହୁ ଶବ୍ଦ ବହୁ ଧ୍ଵନୀ ଗୁଞ୍ଜରିତ ହୋଇଛି

ତା ପାଦ ତଳେ ଥିବା ଖାଲ ଖମା

ବରଷା ପାଣିରେ ପୂରି ଯାଇଛି

ଜଳକଷ୍ଟ ଆଉ ଆଗ ପରି ନାହିଁ

ବଡ ଆଶ୍ଚର୍ଯ୍ୟ ହେଲି    

ପ୍ରକୃତି ଯେ ଆଜି ଋତୁପର୍ଣ୍ଣା ହୋଇଛି

ପାହାଡି କନ୍ୟା ପାଇଁ    

ନଣ୍ଡା ପାହାଡ଼ ବୋଲି ଆଉ କେହି

ଦାକୁ ନାହାନ୍ତି ହାତ ଦେଖାଇ

ବରଂ ସେ ଏବେ ପାହାଡି କନ୍ୟାରେ

  ରୂପାନ୍ତରିତ ହୋଇଛି

ଏଥିରୁ ମୋତେ ଏଇ ଶିକ୍ଷା ମିଳିଛି

ପ୍ରକୃତିକୁ ଆପଣାଇଲେ ତାହା

ଆପେ ଆପେ ଆପଣାର ହୋଇଯାଏ

ପ୍ରକୃତି ସୁନ୍ଦର ଅନିନ୍ଦ୍ୟ ଅନୁପମ

    ହେ ମଣିଷ

ଚେଷ୍ଟା କର ପ୍ରକୃତି ପ୍ରେମୀ ହୋଇ

  ବିଶ୍ଵ ମଙ୍ଗଳରେ ସମୟ ବିନିଯୋଗ କର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational