STORYMIRROR

Rajashree Acharya

Abstract Children Stories

3  

Rajashree Acharya

Abstract Children Stories

ସେଇ ଖୁସିର ମୁହୂର୍ତ୍ତ

ସେଇ ଖୁସିର ମୁହୂର୍ତ୍ତ

1 min
129

ବର୍ଷାର ଟପ୍ ଟପ୍ ପାଣି

ହରିଣୀର ନିଷ୍ପାପ ଚାହାଣି

ବୁଢ଼ୀ ମା ଙ୍କ ରାମାୟଣ ବାଣୀ

ମା କହୁଥିବା ଗୁଲୁ ଗୁଲୁ ବାଣୀ(1)


ରାସ୍ତାର ପ୍ରତ୍ୟେକ ଗଳି

ଛୁଆ ମାନଙ୍କ ପଢୁଥିବା ଚାହାଳି

ପିଲାମାନେ ଫୁଙ୍କୁଥିବା କାହାଳି

ମା ଙ୍କ ମଣ୍ଡା ପିଠା ଖଳି(2)


ଦୁର ପର୍ବତ ଶିଖର

ପର୍ବତରୁ ଝରୁଥିବା ନିର୍ଝର

ବହୁ ପ୍ରତୀକ୍ଷିତ ଖୁସି ଖବର

ପାଖେଇ ଆସୁଥିବା ଦିନ ଅତି ନିଜର(3)


ଘାସ ଉପରେ ଚାଲୁଥିବା ସାଧବ ବୋହୂ

ଆମ ଘରେ ଆମେ ନିଜେ ରହୁ

ଜିନିଷ ଆସେ ଦୁର ରାଜ୍ୟରୁ ଆମେ ଯାହା ଚାହୁଁ

ଖୁସିର ମୁହୂର୍ତ୍ତ ଆମେ ଯାହା କହୁ(4)


ଏହି ପରି ଚାଲି ଯାଏ ଖୁସିର ମୁହୂର୍ତ୍ତ

ଆର୍ତ୍ତ ନାଦର ପ୍ରଶ୍ନ ନାହି

ଫେରି ନାହିଁ କେହି ପଛକୁ ଚାହିଁ

ଦୁଃଖର ସ୍ଥାନ ଏଠି କାହିଁ!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract