STORYMIRROR

Sudhir Kumar Panda

Romance

2  

Sudhir Kumar Panda

Romance

ସେଇ ଗୋଟିଏ ଚିଠି

ସେଇ ଗୋଟିଏ ଚିଠି

1 min
370

ପ୍ରେମ ରାଇଜରେ ଘୁରି ବୁଲୁଥିଲି ଲାଗୁଥିଲ ତମେ ମିଠି

ଅନେକ ଭାବିଲି ଲେଖିବି ତୁମକୁ ପ୍ରୀତି ଭରା ଏକ ଚିଠି

କେମିତି ଲେଖିବି ଭାବି ଭାବି ମୋର ରାତି ଯାଉଥିଲା ପାହି

ଭାବନା ଭିତରେ ହଜିଯାଉଥିଲି ଚିଠି ଲେଖା ଗଲା ରହି


ଦିନେ ଉଜାଗରେ ଗଭୀର ରାତିରେ ଧରିଲି କଲମ ହାତେ

ମନ ସ୍ଥିରକଲି ପ୍ରେମ ଚିଠିଟିଏ ଲେଖିବି ଆଜି ନିଶ୍ଚିତେ

ଧାଡିଏ ଲେଖିଲେ ପହଡେ ବିତଇ ମନ ମୋର ନ ପୁରଇ

ଯାହା ଲେଖିଲେ ବି କେମିତି କେଜାଣି ଭୁଲ ଭାଲ ଲାଗୁଥାଇ


ଫର୍ଦ୍ଦ ପରେ ଫର୍ଦ୍ଦ ଚିରା ହେଉଥାଏ ହେଉଥାଏ ନୁଆଁ ଲେଖା

ଶେଷରେ ଗୋଟିଏ ଦେଢ ଫର୍ଦ୍ଦ ଲେଖା ଲାଗିଲା ମନକୁ ଚୋଖା

ଚାରି ଚଉତାର ଗୋଲାପି କାଗଜ ଲଫାପା ଭିତରେ ଥୋଇ

କେମିତି ପ୍ରୀୟାର ହାତରେ ମୁଁ ଦେବି ମନ ହୁଏ ହାଇଁପାଇଁ


ଶେଷରେ ଚିଠିଟି ମଧ୍ୟସ୍ଥିର ହାତେ ପ୍ରେମୀକା ପାଖକୁ ଗଲା

ଉତ୍ତର ଟିକିଏ ପାଇବା ପାଇଁକି ଜଗି ଜଗି ଦିନ ଗଲା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda

Similar oriya poem from Romance