ସେଇ ଗୋଟିଏ ଚିଠି
ସେଇ ଗୋଟିଏ ଚିଠି
ପ୍ରେମ ରାଇଜରେ ଘୁରି ବୁଲୁଥିଲି ଲାଗୁଥିଲ ତମେ ମିଠି
ଅନେକ ଭାବିଲି ଲେଖିବି ତୁମକୁ ପ୍ରୀତି ଭରା ଏକ ଚିଠି
କେମିତି ଲେଖିବି ଭାବି ଭାବି ମୋର ରାତି ଯାଉଥିଲା ପାହି
ଭାବନା ଭିତରେ ହଜିଯାଉଥିଲି ଚିଠି ଲେଖା ଗଲା ରହି
ଦିନେ ଉଜାଗରେ ଗଭୀର ରାତିରେ ଧରିଲି କଲମ ହାତେ
ମନ ସ୍ଥିରକଲି ପ୍ରେମ ଚିଠିଟିଏ ଲେଖିବି ଆଜି ନିଶ୍ଚିତେ
ଧାଡିଏ ଲେଖିଲେ ପହଡେ ବିତଇ ମନ ମୋର ନ ପୁରଇ
ଯାହା ଲେଖିଲେ ବି କେମିତି କେଜାଣି ଭୁଲ ଭାଲ ଲାଗୁଥାଇ
ଫର୍ଦ୍ଦ ପରେ ଫର୍ଦ୍ଦ ଚିରା ହେଉଥାଏ ହେଉଥାଏ ନୁଆଁ ଲେଖା
ଶେଷରେ ଗୋଟିଏ ଦେଢ ଫର୍ଦ୍ଦ ଲେଖା ଲାଗିଲା ମନକୁ ଚୋଖା
ଚାରି ଚଉତାର ଗୋଲାପି କାଗଜ ଲଫାପା ଭିତରେ ଥୋଇ
କେମିତି ପ୍ରୀୟାର ହାତରେ ମୁଁ ଦେବି ମନ ହୁଏ ହାଇଁପାଇଁ
ଶେଷରେ ଚିଠିଟି ମଧ୍ୟସ୍ଥିର ହାତେ ପ୍ରେମୀକା ପାଖକୁ ଗଲା
ଉତ୍ତର ଟିକିଏ ପାଇବା ପାଇଁକି ଜଗି ଜଗି ଦିନ ଗଲା

