ସେଇ ବର୍ଷା ରାତି
ସେଇ ବର୍ଷା ରାତି
ବରଷା ସହିତ ବାଦଲଟା ଯେବେ
ଗରଜନ କରିଦେଲା
ରାତିର ଅନ୍ଧାରେ ଆଈଙ୍କ ଛାତିକୁ
ବଡ଼ ଆଘାତଟା କଲା।୧
ଭାବି ଚାଲୁଥିଲା ପୁଅ ବୋହୂ କଥା
ବରଷା ସେଇ ରାତିର
ହଠାତ୍ ଯେମିତି ଡାକିଲା ତକ୍ଷଣେ
ଘଡ଼ଘଡି଼ ଅନ୍ଧକାର।୨
ବେହୋସ ହୋଇଲା ଆଈ ଯେବେ ଘରେ
ନାତି ଦଉଡି଼କି ଆସି
ମୁଣ୍ଡକୁ ଆଉଁସି ପାଣି ପିଆଇଲା
ଗୋଡ଼ ହାତ ଦେଲା ଘଷି।୩
ଆଖିରୁ ବୁହାଇ କହୁଥିଲା ନାତି
କଅଣ ହେଲା କି ଆଈ
ହଠାତ୍ ବେହୋସ ହୋଇଲ କେମିତି
ଘରେଥିଲ ଲୁଚିରହି?୪
ଆଈଙ୍କ ଯେବେଠୁ ବେହୋସ ହୋଇଲା
ଶୁଣି ପାରୁଛି ନା କ'ଣ
ଦେହ ହାତ ଗୋଡ଼ ଥଣ୍ଡା ପଡି଼ବାରୁ
ଯିବକି ନାତି ପରାଣ?୫
ଡରିଯାଇ ନାହିଁ ନାତି ସେହି ରାତି
ବରଷା ଓ ଘଡ଼ଘଡି଼
ଦେଖି ଓ ଶୁଣିକି ଥିଲେ ସୁଦ୍ଧା ନାତି
ଚିପୁଥିଲା ଆଈ ନାଡି଼।୬
ସୋରିଷ ତେଲରେ ପାଦରୁ ତଳିପା
ଘଷିଲା ଯେମିତି ନାତି
ଆଈ ଉଠିପଡି଼ ନାତିକୁ କୁଣ୍ଢାଇ
କହିଲା ଆଜିର ଭିତି।୭
ଆଈ ଆଉ ନାତି କୁଣ୍ଢାକୁଣ୍ଢି ହୋଇ
ସେଇ ବରଷାର ରାତି
ବସି ରହି ଦୁହେଁ ସମୟ କାଟିଲେ
କାଳ ଆସିଥିଲା କତି।୮
ସେଇ ରାତି ତାକୁ ଜଗି ବସିଥିଲା
ନେବାକି ଯମ ପୁରକୁ
ନାତିଆ ତାହାର ରକ୍ଷା କରିଦେଲା
ଛାଡି଼ଲାନି କେଉଁଠିକୁ।୯
ସତରେ ! ସେ ରାତି ଭାରି ଭୟଙ୍କର
ଜୀବନକୁ କଷ୍ଟ ଦେଲା
ଭୁଲି ପାରିବେନି ଦୁଇ ଆଈ ଆଉ
ନାତି ଜୀବନେ ଯା' ହେଲା।୧୦
