STORYMIRROR

Kabiratna Nutan Kumar Behera

Action Classics Inspirational

4  

Kabiratna Nutan Kumar Behera

Action Classics Inspirational

ସେହି ତ ଅସଲ ନେତା

ସେହି ତ ଅସଲ ନେତା

1 min
9

    


ମାଟି ମାଆର ଦୁଃଖ ଦେଖି ଯିଏ

         ଆଖିରୁ ତାର ଲୁହ ପୋଛି ଦିଏ,

ଏକତା ମନ୍ତ୍ରେ ଜୟ ଗୀତି ଗାଏ

        ଜଗତରେ ସେ ତ ମହାନ ହୁଏ।

ନେତାଜୀ ସେ ସୁବାସ ଚନ୍ଦ୍ର ବୋଷ

         ସ୍ଵାଧୀନ କରିବାକୁ ଆମ ଦେଶ,

ଦେଖାଇ ଥିଲେ ଅସୀମ ସାହସ

       ଡରି ଯାଇଥିଲା ବିଦେଶୀ ବ୍ରିଟିଶ।

ପରାଧୀନତାରୁ ଦେଶକୁ ରକ୍ଷା

       କରିବା ପାଇଁ ନେଇ ଥିଲେ ଦିକ୍ଷା,

ଶ୍ରମ ସାଧନେ ପାଇ ଉଚ୍ଚ ଶିକ୍ଷା

        ଚାକିରୀକୁ କରିଥିଲେ ଉପେକ୍ଷା।

ନ ଚାହିଁ କେବେ ସେ ନିଜର ସୁଖ

      ଦେଖୁ ଥିଲେ ସଦା ଦେଶର ଦୁଃଖ,

ଇଂରେଜ ଶାସନେ ହୋଇ ବିମୁଖ

        ହଟାଇବାକୁ ରଖି ଥିଲେ ଲକ୍ଷ୍ୟ।

ଗଢି ସିଏ ' ଆଜାଦ ହିନ୍ଦ ଫୌଜ ' 

        ଦେଇ ଥିଲେ ବ୍ରିଟିଶକୁ ଆୱାଜ,

ଭାରତ ଛାଡ଼ି ଦେଶେ ଯାଅ ନିଜ

       ଆମେ ଚଳାଇବୁ ଆମ ସ୍ଵରାଜ୍ୟ।

'ଦିଲ୍ଲୀ ଚଲୋ' ଦେଇ ଥିଲେ ଡାକରା

       ଦେଶବାସୀଙ୍କର ହୋଇ ସାହାରା,

ସଂକଳ୍ପ ଥିଲା ତାଙ୍କ ଅପାସୋରା

        ପୁରାଇବାକୁ ଥିଲା ଯା ଅଧୁରା।

ରକ୍ତ ବିନିମୟରେ ସ୍ଵାଧୀନତା

          ଅଟଇ ବୀରତ୍ବ ସାହସିକତା,

'ଯେସାକୁ ତେସା' ଥିଲା ନୈତିକତା

      ନ୍ୟାର୍ଯ୍ୟ ଅଧିକାରର ପ୍ରାଧାନ୍ୟତା।

ସୁବାସଙ୍କ ସୁବାସେ ସୁଗନ୍ଧିତ

       ହେଉଥିଲା ଆମ ସାରା ଭାରତ,

ନେତୃତ୍ଵରେ କରିଥିଲେ ଜାଗ୍ରତ

       ସ୍ଵଦେଶ ପ୍ରୀତିରେ ରହି ବିନୀତ।

ଆଣିଥିଲେ ସେ ଜାତୀୟ ଏକତା

          ଏକତ୍ର କରି ସମୂହ ଜନତା,

ଯା'ର ଥାଏ ଆଦର୍ଶ ମହାନତା 

      ଦେଶର ସେହି ତ ଅସଲ ନେତା।


     

           


     


Rate this content
Log in

Similar oriya poem from Action