STORYMIRROR

Kalandi pal

Inspirational

4  

Kalandi pal

Inspirational

ସେଦିନ ମାରଣା ଷଣ୍ଢଟା

ସେଦିନ ମାରଣା ଷଣ୍ଢଟା

1 min
8



ହିସାବ ନିକାଶ    କରି ଯନ୍ତ୍ରୀ ଶେଷ

    ପଠାଇଲେ କାମ ଚିଠାଟା

ମନ୍ତ୍ରୀ ବିଧାୟକ   ହେଲେ ସହାୟକ

    ହୋଇଗଲା ପାଶ୍ ବିଲଟା

  ନିଜ, ସୁହାଇଲା ଭଳି କାମଟା

ସୁପାରି ଉପୁରି     ସବୁ ଗଲେ ବୁଡି

    କେମିତି ଚଳିବ ଦଳଟା ।।


ଧରିଲେ ନିଲାମ    ବଛା ଠିକାଦାର

    ମନ୍ତ୍ରୀ ପାଦ ଚଟା କୁତାଟା

ଭାବ ନାବ ଗଢି   ମନ୍ତ୍ରୀ ଦ୍ୱାରେ ପଡ଼ି

    ଦେଇ ମୋଟା ଅଙ୍କ ପଣିଟା

   ଆଉ, ତଳିଆଙ୍କ ଭାଗ କିଛିଟା

ଆଉ ଯା ରହିଲା  ସେ କିଛି ଖାଇଲା

    ନୋହିଲେ ପୁରୁନି ପେଟଟା ।।


ଛ ମାସେ ବରଷେ  ଅବା ପାଞ୍ଚ ବର୍ଷେ

    ଶେଷ ହୋଇଗଲା କାମଟା

କେଇଟା ଦିନରେ    ଭୁଶୁଡ଼ି ପଡୁଛି

    କୋଠାବାଡ଼ି ପୁଣି ପୋ

ଲଟା

   ପିଚୁ, ରାସ୍ତାରୁ ଛାଡୁଛି ପିଚୁଟା

ମରାମତି ପାଇଁ    ଆଉଥରେ ଭାଇ

    ହୋଇଯାଏ ଚଢ଼ା ବିଲଟା ।।


ଅନ୍ଧାରି ଶାସନ      ନାହିଁ ସବୁଦିନ

    ସବୁ ହୋଇଯାଏ ଓଲଟା

ଭିଜିଲାନ୍ସ ଇଡି   ବେକେ ପଙ୍କ ତାଡ଼ି

    ପାଇ ଯାନ୍ତି ଗୋଦା ବାଟଟା

   ଏବେ, ଥୟ ଧରୁନି ତା ମନଟା

କାଳେ କେତେବେଳେ ଶୋଇଥିବା ବେଳେ

     ହାତେ ପଡ଼ିଯିବ ବେଡ଼ିଟା ।।


କ୍ଷମତାର ବଳ      କରେ ଥର ହର 

    ନୋହିଲେ ପଡ଼ିବ କୋଡ଼ିଟା

କ୍ଷମତା ଯାଇଛି      ମୁଁହ ଲୁଚାଉଛି 

    ସେଦିନ ମରଣା ଷଣ୍ଢଟା

  ଦେଖ, ଆଜି ବନିଯାଏ ମେଣ୍ଢାଟା

ମାନି ଯାଏ ଦୋଷ   ବୁଡି ଯାଏ ହୋଷ

     ଦେଖି ତା ମାଖୁନା ଘରଟା ।।


Rate this content
Log in

Similar oriya poem from Inspirational