Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

3  

Arjuni charan Behera

Inspirational Others

ସେବାଧର୍ମୀ ସତ୍ୟସାଇ

ସେବାଧର୍ମୀ ସତ୍ୟସାଇ

1 min
377



ବୈକୁଣ୍ଠେ ମୋହର ବାସ ନାହିଁ କେବେ

ମନ୍ଦିର,ଯୋଗୀ ହୃଦୟ l


ସେହିଠାରେ ବାସ ଯେଉଁଠାରେ ମୋର

ଭକ୍ତ କରେ ଜୟ ଜୟ l


ସର୍ବ ଘଟେ ଯେଣୁ ବିରାଜ ମୋହର

ସେହି ଅଟେ ଭକ୍ତ ଜନ l


ସବୁରି ଅନ୍ତର ଚିହ୍ନି ଥାଏ ଯିଏ

ପର ପାଇଁ କାନ୍ଦେ ପ୍ରାଣ l


ଭଗବାନ ଦିନେ ଗୀତାରେ ଏକଥା

ପାର୍ଥଙ୍କୁ ଥିଲେ ବୁଝାଇ l


କଳିଯୁଗେ ଯାହା ଅନୁଭବି ଥିଲେ

ମହାସନ୍ଥ ସତ୍ୟ ସାଇ l


ନର ଦେହେ ସଦା ନାରାୟଣ ବିଜେ

ନର ସେବା ନାରାୟଣ l


ନର ସେବା ଧର୍ମ, ନର ସେବା କର୍ମ

ହୁଅ ସେବା ପରାୟଣ l


ବାବା ସତ୍ୟ ସାଇ ସେବାର ମୂରତି

ସେବା ଧର୍ମ ତାଙ୍କ କୀର୍ତ୍ତି l


ପ୍ରଶାନ୍ତି ନୀଳୟ ସେବାର ମନ୍ଦିର

ଗାଉଅଛି ପୁଟ୍ଟପର୍ତ୍ତୀ l


ମନୁଷ୍ୟ ହୃଦୟେ ସଦା ଜାଗୁ ପ୍ରଭୁ

କରୁଣା ମାନବ ପ୍ରୀତି l


ଜୟ ସତ୍ୟସାଇ କରୁଣାବତାର

ଦିଅ କୈବଲ୍ୟ ବିଭୁତି l


Rate this content
Log in

Similar oriya poem from Inspirational