STORYMIRROR

Bikhyat Bihari Mishra

Inspirational

3  

Bikhyat Bihari Mishra

Inspirational

ସେବା ହିଁ ଧର୍ମ

ସେବା ହିଁ ଧର୍ମ

1 min
14.6K


ସବୁଠାରୁ ସାର ମଣିଷ ଜୀବନ

ନୁହେଁ ସେ ବଞ୍ଚିବା ପାଇଁ

ପରହିତେ ଯଦି ନ କାଟିବ ଦିନ

ବଞ୍ଚିକରି ଲାଭ ନାହିଁ ।।

ଭୋକିଲାକୁ ଦାନା ଦରିଦ୍ରକୁ କନା

ଯୋଗାଇବା ଶକ୍ତି ମତେ

ତେବେ ଆତ୍ମତୃପ୍ତି ଲଭିବା ନିଶ୍ଚୟ

ଈଶ୍ୱର ସୃଷ୍ଟ ଜଗତେ ।।

ଆବଶ୍ୟକ ଆମ କମାଇବା କିଛି

ଦାନ ଧର୍ମ କରିବାକୁ

ସବୁଠାରୁ ପୁଣ୍ୟ ଲଗେଈବା ଗଛ

ବିଭୁକୃପା ଳଭିବାକୁ ।।

ସେମାନେ ହସିଲେ ଏ ଦେଶ ହସିବ

ହୋଇବ ସୁନା ଭାରତ

ସବୁକିଛି ଏଠି ନିଶ୍ଚୟ ସମ୍ଭବ

ମିଶାଇଲେ ହାତେ ହାତ ।।

ଗରିବ ପିଲାଙ୍କୁ ବହି ଯୋଗେଈବା

ଅବା କରି ଶିକ୍ଷାଦାନ

ଦରିଦ୍ର ହୃଦୟେ ବିଜେ ନାରାୟଣ

ଜିଣିବା ତାଙ୍କର ମନ ।।

କାହାରିକୁ ଘୃଣା କରିବାନି କେବେ

ରୋଗୀର କରିବା ସେବା

ଆବଶ୍ୟକ ହେଲେ ରକ୍ତ ଦେଇ କାହା

ଜୀବନଟା ବଞ୍ଚେଇବା ।।

ଗାନ୍ଧିଜୀଙ୍କ ସ୍ବପ୍ନ ସାକାର କରିବା

ରଖି ସ୍ୱଚ୍ଛତା ଏ ଦେଶେ

ଏକତାର ମନ୍ତ୍ର ଶୁଣେଈବା କାନେ

ସମସ୍ତେ ହସିବେ ଶେଷେ ।।

*************************

ବିଖ୍ୟାତ ବିହାରୀ ମିଶ୍ର,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational