STORYMIRROR

Debabrata Jena

Inspirational

3  

Debabrata Jena

Inspirational

ସେ ଯେ ଭାରତ ମାତା ମୋହର

ସେ ଯେ ଭାରତ ମାତା ମୋହର

1 min
8.6K

ପତିତପାବନୀ ଗଙ୍ଗା ଯେ ମାଟିରେ ଅଟଇ ଗଳାର ହାର

ଶୁଭ୍ର ହିମଗିରି ଶିରେ ଯା' ଶୋଭିତ ଉପବନ ସରଗର

ପୂରୁବ, ପଶ୍ଚିମ, ଦକ୍ଷିଣ ପ୍ରାନ୍ତରେ ପାଦ ଯା' ଚୁମେ ସାଗର

ସେ ଯେ ଭାରତ ମାତା ମୋହର , ତା' ପାଦେ କୋଟି ଜୁହାର ।।

ନଦ ନଦୀ ତା'ର ବକ୍ଷେ ବିଭୂଷିତ ନାହିଁ ତା'ର ପଟାନ୍ତର

ସବୁଜ ଶ୍ୟାମଳ ଶସ୍ୟର ସମ୍ଭାରେ ଦିଶେ କେଢେ ମନୋହର

ମାଟି ନୁହେଁ ସେ ତ ମାଆଟି ଆମର ଅଟେ ଅତି ଆପଣାର

ସେ ଯେ ଭାରତ ମାତା ମୋହର , ତା' ପାଦେ କୋଟି ଜୁହାର ।।

ଯେ ମାଟି ଦେଇଛି ସାରା ଜଗତକୁ ଅହିଂସାର ମୂଳମନ୍ତ୍ର

ବିଭିନ୍ନତା ମଧ୍ୟେ ଏକତା ଦେଖିବା ଯେ ମାଟିର ଗୁଣସୂତ୍ର

ଶାନ୍ତି,ମୁକତି ,ସଂହତି ଅଟଇ ପରିଚୟ ଯେ ମାଟିର

ସେ ଯେ ଭାରତ ମାତା ମୋହର , ତା' ପାଦେ କୋଟି ଜୁହାର ।।

ଖୁଦିରାମ ,ଭଗତ, ମଙ୍ଗଳ ପାଣ୍ଡେ ,ଆଜାଦ ଚନ୍ଦ୍ରଶେଖର

ଯେ ମାଟିରେ ଗାନ୍ଧୀ ,ନେତାଜୀ ଜନମି ଟେକ ରଖିଲେ ତା' ଶିର

ବୀରାଙ୍ଗନା ସେ ଯେ ରାଣୀ ଲକ୍ଷ୍ମୀବାଇ ଗରବ ଯେଉଁ ମାଟିର

ସେ ଯେ ଭାରତ ମାତା ମୋହର , ତା' ପାଦେ କୋଟି ଜୁହାର ।।

କଳା ସଂସ୍କୃତିର ବିଭଵର ବାସ୍ନା ଭାସି ଉଠେ ଯେ ମାଟିରେ

ସର୍ବ ଧର୍ମ ସମନ୍ୱୟର ମହକ ବାରି ହୁଏ ଯେ ମାଟିରେ

ସମଗ୍ର ବସୁଧା ଆମ ପରିବାର ଅଟେ ଯା'ର ମୂଳମନ୍ତ୍ର

ସେ ଯେ ଭାରତ ମାତା ମୋହର , ତା' ପାଦେ କୋଟି ଜୁହାର ।।

ଦେବବ୍ରତ ଜେନା,

ଶିକ୍ଷକ,ରଣସିଂହପୁର ଆଶ୍ରମ ବିଦ୍ୟାଳୟ

ଭୋଗରାଇ, ବାଲେଶ୍ଵରୋ

ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational