STORYMIRROR

RUKEYA JABEEN

Romance

4  

RUKEYA JABEEN

Romance

ସେ ପହିଲି ରଜନୀ

ସେ ପହିଲି ରଜନୀ

1 min
824

ନାଲି ଓଢ଼ଣା ତଳେ ନାଲି ଓଠର ଧାରେ,

ଚେନାଏ ଲାଜୁଆ ହସର ସ୍ପର୍ଶ,

ଚଞ୍ଚଳ ନୟନର ଗଭୀର ଚାହାଣୀରେ ,

ସରଳ ଆବେଦନର ଆଭାସ ।


ରଜନୀଗନ୍ଧାରେ ଛନ୍ଦା କଳାମେଘି ବେଣୀରୁ,

ବିଚ୍ଛୁରିତ ମାଦକୀୟ ସୁବାସ ,

ହୃଦୟର ଆଲୋଡନରୁ ସୃଷ୍ଟି ହେଉଥିବା,

ଆନ୍ତରିକତା ଭରା ସପନର ଉଆସ ।


ନିବୁଜ କୋଠରୀର ନୀରବତା ଭିତରେ,

ଏକଯୋଡା ଅଚିହ୍ନା ପ୍ରାଣର ମିଳନ,

ଜୀବନ ନିିିଶୁଣୀର ଶେଷ ଫଳିଯାଏଁଁ ,

ଗଡ଼ି ଉଠୁଥିବା ସମ୍ପର୍କର ପ୍ରତିିିିଫଳନ। 


ପୁଷ୍ପ ଆଚ୍ଛାଦିତ ଶେଯ ଉପରେ ,

ଜାକିଜୁକି ହେଇ ବସିଥିବା ନୂଆ ବୋହୂର ସ୍ପନ୍ଦନ,

ନୂତନ ଯଉବନର ଅସୁମାରୀ ପ୍ରେମକୁ ,

ଧୀରେ ଧୀରେ ସାଉଁଟୁ ଥିବା ମାନବ ମନ ।


ସେ ମନେ ଆପେ ଆପେ ଅଙ୍କୁରିତ ,

ପ୍ରେମ ପକ୍ଷୀର କ୍ଷୁଦ୍ର ପ୍ରଣୟ ଶଶୀ,

ବାନ୍ଧିବାକୁ ବସା ଆଗଭର ,

ଇଚ୍ଛା ,ଆଶା, ସ୍ନେହର ଭାବନା ପରସି ।


ପୁଲକିତ ସିିଏ କୁସୁମିତ ରଜନୀର କୋଳେ,

ଭୁଲି ଯିବାକୁ ଚାହେଁ ବାହ୍ୟିକ ଈହଲୋକ,

ଅବର୍ଣ୍ଣନୀୟ ଆବେଗରେ ଛନ୍ଦିଯିବାକୁୁ ଉଦ୍ୟତ,

ନାହିଁ ତା'ର କିଛି ହରେଇବାର ଶୋକ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance