STORYMIRROR

Chinmaya Kumar Nayak

Abstract Tragedy

3  

Chinmaya Kumar Nayak

Abstract Tragedy

ସେ ନାରୀ

ସେ ନାରୀ

1 min
205

ଅଭିଯୋଗର ଲମ୍ବା ଚିଠା ଧରି

ପୁରୁଷ କରୁଛି ବିଚାର,

ଅପରାଧ କାଠଗଡ଼ାରେ ବସିଛି

ନାରୀଟିଏ ହୋଇ ନାଚାର।


ନୀତି ନିୟମର ବେଡିରେ ସେ ବନ୍ଧା

ନାରୀଟିଏ ବୋଲି ସିନା,

ପୁରୁଷ ପୁଅକୁ ସର୍ବକ୍ଷମା ମିଳେ

ଦାଗ ଲାଗିଲେ ବି ସୁନା।


କାହିଁକି ବୋଲି ସେ କରିନାହିଁ ପ୍ରଶ୍ନ

ମଥାପାତି ସବୁ ସହେ,

ପୁରୁଷ ଦେଖାଏ ପୌରୁଷ ଅଙ୍ଗୁଳି

ନିଜେ ନିଷ୍କଳଙ୍କ ରହେ। 


ଜାଣେନା ଏ ମଥା ଉଠିଗଲେ ଥରେ

ପ୍ରଳୟର ଧାରା ବହିବ,

ଶକ୍ତି ଆଗେ ଶକ୍ତି କଲେ ପ୍ରଦର୍ଶନ

ଶେଷେ ପରାଭବ ଲଭିବ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract