ସେ ମାଆ
ସେ ମାଆ
ସ୍ନେହମୟୀ ପୁଣି ମମତାମୟୀ ସେ
ସୁଖ ସରାଗ ସାଗର ,
ସୃଷ୍ଟି କର୍ତ୍ତା ପୁଣି ଜନ୍ମଦାତ୍ରୀ ସିଏ
ମାଆ ଅଟେ ନାମ ତାର ।
ସତ୍ଯ ଧର୍ମ କର୍ମ ତାର ପରିଚୟ
ମହାନ ଅଟେ ତା ନାମ ,
ସରଗଠୁ ବଡ଼ ତା ପଣତ କାନି
ଅଟେ ସେ ଧରଣୀ ସମ ।
ରକ୍ତ ମାଂସ ଦେଇ ଗଢିଛି ଆମକୁ
ଆମେ ତା ଶରୀର ଅଂଶ ,
ନିଜେ କଷ୍ଟ ସହି ଆମକୁ ହସାଏ
ଥାଏ ଅମାପ ସାହସ ।
ତା' ପଣତ ତଳେ ସୁଧା ମନ୍ଦାକିନୀ
ବହୁଥାଏ ଅବିରତ ,
ତା' ଚରଣ ତଳେ କରୁଥିବି ମୁହିଁ
କୋଟି କୋଟି ପ୍ରଣିପାତ ।
ସନ୍ତାନ ପଥକୁ କୁସୁମିତ କର
ଢାଳି ତୁମ ସ୍ନେହ ପ୍ରେମ,
ସନ୍ତାନ ପାଇଁକି ଅମୂଲ୍ୟ ସମ୍ପଦ
ଅଟଇ ତୁମରି ନାମ ।
