ସ୍ଵଧାରା ନିବେଶ
ସ୍ଵଧାରା ନିବେଶ
କାଚକେନ୍ଦୁ ପୋଖରୀ ଜଳ
କଇଁ ଫୁଲରେ ହସୁଛି ଢଳଢଳ
କୁଆଁରୀ ଜହ୍ନ କରେ ଦୋଳି ଖେଳ
ସନ୍ତରଣ କେଳି କରନ୍ତି ମୀନ ଦଳ
ମାତ୍ର ତଳେ
କଳା ପଚପଚ ପଙ୍କ ତରଳ
ଉପରେ ଲାଗେ ଭାରି ଶୀତଳ
ଧୀର ନମ୍ର ଶାନ୍ତ ପ୍ରଶାନ୍ତ
ପବନ ସହିତ ମିଶି ଆଣେ ହିଲ୍ଲୋଳ
କଲ୍ଲୋଳିତ କରେ ମନ ଅଶାନ୍ତ
ମାତ୍ର ଆକାତ କାତ ପାଣିରେ
ପହଁରୁ ପହଁରୁ ବୁଡ଼ି ଯାଏ
ବଂଶର କୂଳ ପ୍ରଦୀପ
ଉଦିତ ସୂର୍ଯ୍ୟ ପହଁଚେ ଅସ୍ତାଚଳ
ସର୍ପିଳ ଗ୍ରାମପଥ
ଲମ୍ବିଛି ଯୋଜନ ଯୋଜନ ଦୂର
ବୁଲାଣି ପରେ ପରେ ଆସିବ ଚୌବାଙ୍କ
ଚାରି ଦିଗିଆ ରାସ୍ତା ଚାରିଧାର
ମନେ ନ ରଖିଲେ
ଭିନ୍ନ ଦିଗରେ ପଦପାତ ମାତ୍ରେ
ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରେନା
ପଥିକ ପଦଚା
ରୀ ହରବର ।
ପବିତ୍ର ପ୍ରେମପଥ
ଯୁଗ୍ମ ହୃଦୟରେ ସ୍ଥାନ ମିଳିଗଲେ
ମନ ମିଶିଗଲେ
ଘର ବଂଶ କୂଳ ଜାତି ଛାଡ଼ି
ଚାଲିଯାଏ ଅନ୍ୟର ହାତ ଧରି
ବାଇ ଚଢ଼େଇର ମନ ନେଇ
ବାନ୍ଧିବାକୁ ଭିନ୍ନ ନୀଡ଼
ମାତ୍ର ଛୋଟ ମୋଟ
ଘଟଣାର ଧୂଆଁ ଧାସରେ
ହୁଏ ଜଟିଳ ପଙ୍କିଳ
ଲାଗେ କଳଙ୍କର କଳା ଟିକା
ନିଏ ଭିନ୍ନ ମୋଡ
ଭଲ ବି ଅଛି ଭେଲ ବି ଅଛି
ସରଳ ବି ରହିବେ ଗରଳ ବି ଗର୍ଜିବେ
ଭାବନ୍ତୁ
ଭାବି ଦେଖନ୍ତୁ
ଆମ ପାଇଁ
ଦୁଇଟି ପଥ
ଦୁଇଟି ଧାରା
ଦୁଇ ନିର୍ଦ୍ଦେଶ
ସୁନ୍ଦର ସୁଗମ ମାର୍ଗ
କଠିନ କରାଳ ବର୍ଗ
ବିବେକ ଲଗେଇ ଦିଅ
ବାଛି ନିଅ ସୁନିଶ୍ଚିତ ପନ୍ଥା
ସ୍ୱଧାରା ନିବେଶ ।