STORYMIRROR

Kalandi pal

Inspirational

3  

Kalandi pal

Inspirational

ସଦଗୁରୁ ସାଇ

ସଦଗୁରୁ ସାଇ

1 min
290


ସବୁରି ମୁହଁରେ ତୁମରି ନାମ

ଥରେ ଡାକିଦେଲେ ବୈକୁଣ୍ଠେ ସ୍ଥାନ

ଶିରିଡିରେ ଥାଇ ସବୁଠାରେ ଥାଅ

କିଣିନେଲେ ବାବା ସବୁରି ମନ,

ଜୟ ସାଇରାମ ଜୟ ସାଇରାମ

ଜୟ ସାଇ ତୁମେ ସ୍ୱୟଂ ଭଗବାନ, l0l


ପୁରୁଷ ପରମ ସଦଗୁରୁ ଉତ୍ତମ

    ତୁମେ ରାମ ତୁମେ ଶ୍ୟାମ,

ରୋଗ ମହୌଷଧି ଅଟ ବାବା ତୁମେ

    ଅବା କୁମାର ଅଶ୍ବିନ,

ତୁମେ ଧର୍ମବୀର ହୋଇଲ ଫକୀର

ଜଗତେ ରଖିଲ ସବୁ ଅଗୋଚର,

କିଏ ତୁମ ପିତା କିଏ ତୁମ ମାତା

    କେଉଁଠି ତାଙ୍କର ଧାମ,

   ସାଇ ତୁମେ ପରଂବ୍ରହ୍ମ, l1l


ଜୈନ ଖ୍ରୀଷ୍ଟିଆନ ଈଶ୍ୱର ଯେ ଏକ

   କିବା ହିନ୍ଦୁ ମୁସଲମାନ,

ତୁମେ ଆଲ୍ଲା ଯୀଶୁଖ୍ରୀଷ୍ଟ ଓ ରହିମ

    ସମନ୍ୱୟ ସର୍ବ ଧର୍ମ,

ଆବିର୍ଭାବେ ପାପ ହୁଅଇ ମୋଚନ

ଯଥା ତମ ନାଶେ ସୁରୁଜ କିରଣ,

ବାଣୀରୁ ଅମୃତ ମହଣ ମହଣ

    ଶ୍ରଦ୍ଧା ସବୁରି ଜୀବନ,

    ଦେଇ ବାବା ଦରଶନ, l2l

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational