STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Abstract Inspirational

3  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Abstract Inspirational

ସଚେତନଶୀଳ

ସଚେତନଶୀଳ

1 min
215


ଜୀବନ ଅଛି ତ    ଯନ୍ତ୍ରଣା ବି ଅଛି 

     ସବୁ ମଣିଷ ପାଖରେ, 

ସମ୍ମୁଖୀନ ହୋଇ  ଆସନ୍ନ ସମସ୍ୟା 

     ସମାଧାନ କରି ପାରେ। 

ଧୈର୍ଯ୍ୟର ସହିତ  କର୍ମ କରୁ ଥିଲେ 

    ଏକ ମନ ଏକ ପ୍ରାଣେ,

ପ୍ରତିଭା ବିକାଶି   ସଫଳତା ପାଏ 

     ସାର୍ଥକ ହୁଏ ତ ଜଣେ। 

ଚାଲିବାକୁ ହୁଏ   ସାଧନାର ପଥେ 

   କଷ୍ଟ ସହି କେତେ କେତେ, 

ଉତ୍ସାହ ଉଦ୍ୟମ  ରଖି ନିଜ ପାଶେ 

     ସହିବାକୁ ହୁଏ ସେତେ।

ସଦା ସଚେତନ  ରହି ପାରେ ଯିଏ 

    ନିଜ ଭବିଷ୍ୟତ ପାଇଁ, 

ବାଧା କି ବନ୍ଧନ   ଏଡି ପାରେ ସବୁ 

   ଦୁଃଖ ଆସି ପାରେ ନାହିଁ। 

ନୀତି ଶାସ୍ତ୍ର ଜ୍ଞାନ  ପୋଥି ଓ ପୁରାଣ 

    ପ୍ରାଣୀର କଲ୍ୟାଣ ଲାଗି, 

ଯେତେ ଉପଦେଶ  ବୁଦ୍ଧି ପରାମର୍ଶ 

   କହେ ହୁଅ ସ୍ଵାର୍ଥ ତ୍ୟାଗୀ। 

ସଂସାର ମଙ୍ଗଳ  କରି ପାରେ ସିଏ 

     ହୁଏ ଯିଏ ସଚେତନ,

ନିଜର ସୁରକ୍ଷା     କରିବା ସହିତ 

     ରଖେ ଅନ୍ୟର ଜୀବନ। 

ସଚେତନ ହେବା   ଜୀବନର ବ୍ରତ 

     ମନର ଦୃଢ ସଂକଳ୍ପ, 

ଜାଗ୍ରତ ରହି ସେ  ଆଦର୍ଶକୁ ପାଳେ 

     ନ ଭାବି କିଛି ବିକଳ୍ପ। 

ସଚେତନଶୀଳ   ଅସାଧ୍ୟ ସାଧନେ 

    ଆଣି ପାରେ ସଫଳତା, 

ବିପତ୍ତି ଆପତ୍ତି    ଘୁଞ୍ଚାଇ ସହଜେ 

     ହୁଏ ସେ ଜଗତଜିତା। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract