ସବୁଠୁ ସୁନ୍ଦର ତୁମେ
ସବୁଠୁ ସୁନ୍ଦର ତୁମେ
ତୁମକୁ ଯେଦିନ ପ୍ରଥମେ ଦେଖିଲି
ସ୍ଥିର ହେଇଗଲା ଆଖି
ବୁଝିଗଲି ମନେ ସପନେ ତୁମକୁ
ଡାକିଥିଲି ଦିନେ ସଖୀ I
ଆଖି ପୁରିଗଲା ମନ ବୁଝିଗଲା
ସପନ ହେଇଲା ସତ
ଖୋଜୁଥିଲି ଯାକୁ ଦେଖିଲି ଆଗରେ
ହୃଦୟ ହୋଇଲା ପ୍ରୀତ I
ହଜାଇ ଦେଲି ମୁଁ ଚଲା ବାଟ ମୋର
ହଜିଗଲା ମୋର ମନ
ସବୁ ବାଟ ମୋର ତୁମରି ପାଖରେ
ଶେଷ ହେଲା ସେଇଦିନ I
ମନେ ହୋଇ ଖୁସି ଦେଲି ଟିକେ ହସି
ତୁମେ ରହିଥିଲ ଚାହିଁ
ଭାବାନ୍ତର ହେଲା ତୁମରି ଭିତରେ
ଆଖି ଯାଇଥିଲା ନଇଁ I
ଆଗପଛ କିଛି ବିଚାରିଲ ନାହିଁ
ଧରି ନେଲ ହାତ ମୋର
ତୁମେ ହେଲ ମୋର ନିଜଠୁ ନିଜର
ଦୁନିଆ ଲାଗିଲା ପର I