STORYMIRROR

Anupama Sahu

Inspirational

4  

Anupama Sahu

Inspirational

ସବୁଠାରୁ ବଡ଼ କିଏ

ସବୁଠାରୁ ବଡ଼ କିଏ

1 min
161

ପୁରି ଅଛି ଯା'ର ଅମାପ ଧନ 

ବଡ ଅଟଇ କିବା ସେ ଜନ। 

   ଲାବଣ୍ୟ ରୂପଟି ଅଛି ଯାହାର

   ବଡ ନୁହେଁ ସେ ସିନା ସୁନ୍ଦର। 

ଉଚ୍ଚ ଶିକ୍ଷା ଲାଭ କରିଛି ଯିଏ 

ସବୁଠାରୁ ବଡ଼ ସେ ବି ନୁହେଁ। 

    ଦେଶ ଦେଶାନ୍ତର ଯିଏ ଭ୍ରମିଛି 

    ବଡ ପଦ କି ତାକୁ ମିଳିଛି।

ପ୍ରକୃତରେ ବଡ ଲୋକଟି ସେହି

ନମ୍ରତା ଗୁଣ ଯେ ଅଛି ବହି।

     ଗୁରୁଜନେ ପୁଣି ଭକତି କରେ 

     ଧ୍ୟାନ ରଖେ ଯେ ଦୁଃଖୀ ସେବାରେ। 

ଧିର,ସ୍ଥିର,ଶାନ୍ତ ଗୁଣ ଯାହାର 

ମନ୍ଦ ନ ପାଞ୍ଚେ କେବେ କାହାର। 

     ଧନ,ଯଉବନ ସକଳ ଥାଇ 

     ଗର୍ବ, ଅହଂକାର ଯା'ର ନାହିଁ। 

ରୁକ୍ଷ କଥା ପଦେ କେବେ କହେନା 

ଅନ୍ୟର ମନକୁ ଯେ ଭାଙ୍ଗେନା। 

      ମିଠା କଥା କହି କିଣଇ ମନ 

      ସବୁଠାରୁ ବଡ଼ ସେହି ଜାଣ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational