Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyutprava Mishra

Inspirational Children

3  

Bidyutprava Mishra

Inspirational Children

ସବୁଜିମା

ସବୁଜିମା

1 min
190



ସବୁଜିମା ଭରା ପୃଥିବୀ ଆମର

ବୃକ୍ଷ ଲତା କେତେ ଭରା 

ଶାଗୁଆ ପତ୍ରରେ ଦିଶନ୍ତି ସୁନ୍ଦର

ମନକୁ ମୋହନ୍ତି ପରା l


ଶାଗୁଆ ବୃକ୍ଷର ପତ୍ର ଦିଶୁଥାଏ

ହରିତ କଣିକା ପାଇଁ 

ସେଇ ରଙ୍ଗ ଯୋଗୁଁ ଖାଦ୍ୟର ପ୍ରସ୍ତୁତି 

ପତ୍ର ଦ୍ୱାରା ହୋଇଥାଇ l


ବାୟୁରୁ ଅଙ୍ଗାରକାମ୍ଳ ଆଣିଥାଏ

ମୂଳରୁ ଜଳ ଲବଣ 

ଖାଦ୍ୟକୁ ତିଆରି କରିଥାଏ ପତ୍ର

ଆଣି ସୂର୍ଯ୍ୟଙ୍କ କିରଣ l


ଖାଦ୍ୟକୁ ଯୋଗାଏ ସାରା ବୃକ୍ଷକୁ

ହୋଇଥାଏ ଫୁଲ ଫଳ 

ସବୁଜ ଉଦ୍ଭିଦ ଆମର ସମ୍ପଦ

ସକଳ ସୃଷ୍ଟିର ମୂଳ l


ବୃକ୍ଷ ନରହିଲେ ସୃଷ୍ଟିରେ ଆମର

ମରୁଭୂମି ଯିବ ହୋଇ 

ଜୀବ ଜଗତ ଲୋପ ପାଇଯିବେ

ତାଠାରୁ ଖାଦ୍ୟ ନପାଇ l


ସବୁଜ ପନିପରିବା ଦେହ ପାଇଁ ହିତ

ରୋଗକୁ କରଇ ଦୂର 

 ସବୁଜ ରଙ୍ଗଟି ମନେ ଶାନ୍ତି ଦିଏ

ମନକୁ କରଇ ସ୍ଥିର l


କ୍ଷେତରେ ସବୁଜ ରଙ୍ଗ ଛାଇଯାଏ

ହୁଅଇ ଯେବେ ଫସଲ .

ସବୁଜ ଗଛକୁ ଦେଖିଲେ ନୟନେ

ରହିଥାଏ ସିଏ ଭଲ l


ପ୍ରଦୂଷଣ ଆଉ ଗଛ କଟା ଯୋଗୁଁ 

ସବୁଜିମା ନଷ୍ଟ ହୁଏ 

ସଚେତନ ଯଦି ହୁଅନ୍ତେ ମାନବେ

ସୁଧୁରି ଯାଆନ୍ତା ପ୍ରାୟେ l


ଈଶ୍ୱର କରନ୍ତୁ ଚିର ସବୁଜ ଏ 

 ପୃଥିବୀଟି ଆମ ଥାଉ  

ତାହାରି କୋଳରେ ଆନନ୍ଦେ ରହିବା

ରହିବନି ଦୁଃଖ ଆଉ l



Rate this content
Log in

Similar oriya poem from Inspirational