Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukadev Mahanta

Inspirational

4  

Sukadev Mahanta

Inspirational

ସବୁଜ କୋଠରୀ ପ୍ରଭାବ

ସବୁଜ କୋଠରୀ ପ୍ରଭାବ

1 min
336


ଧରଣୀ କାନ୍ଦୁଛି    ଦେଖ ଦେଖ ଭାଇ

      ଧରଣୀ କାନ୍ଦୁଛି ଦେଖ

ମାଟି ମାଆ ଆମ    ଲଭଇ କଷଣ

     ତା କଥା ତ ଭାବି ଦେଖ ।


ସଭ୍ୟତା  ବିକାଶ     ନାମରେ ମାନବ

     ତାହାକୁ ଦିଏ କଷଣ

ତା' ଗରଭୁ ଖୋଳି    ଖଣିଜ ଲୁଟଇ

       କରେ ତହିଁ ବିଷ୍ଫୋରଣ ।

   

ତା ଦେହୁ  ସବୁଜ   ବସ୍ତ୍ରର ହରଣ

      କରି କରେ ବିବସନା

ତାର ଶରୀରକୁ      ଦୂଷିତ କରଇ

      ଫିଙ୍ଗି ନାନା ଆବର୍ଜନା ।


କଳ କାରଖାନା     ଗାଡିମୋଟରରୁ

       ନିର୍ଗତ   ଅଙ୍ଗାର କାମ୍ଳ

ମିଥେନ୍ ପରିକା     ଗ୍ୟାସୀୟ ପଦାର୍ଥ  

       ଭରଇ ବାୟୁମଣ୍ଡଳ ।


ସୂରୁଯଠୁ ଯେଉଁ       ଅବଲୋହିତର

       ରଶ୍ମୀଗୁଚ୍ଛ  ଆସିଥାଏ

ଏସବୁ ଗ୍ୟାସୀୟ     ପଦାର୍ଥ ତାହାକୁ

      ଅକ୍ଳେଶରେ   ଶୋଷିନିଏ ।


ତାହାକୁ ଆଉ ସେ    ମହାକାଶେ ଫେରି

       ଯିବାପାଇଁ ଦିଏ ନାହିଁ

ପୃଥିବୀ ପୃଷ୍ଠାର      ତାପମାତ୍ରାକୁ ସେ

      ସହଜେ ଦିଏ ବଢାଇ ।


ପୃଥିବୀର ବାୟୁ   ମଣ୍ଡଳକୁ ତାହା

     ସବୁଜ କୋଠରୀ କରି

ସୂରୁଯ ଆଗତ    ଇନ୍ଫ୍ରାରେଡ୍ ରଶ୍ମୀ

      ସବୁ ରଖେ ବନ୍ଦୀ କରି ।


ପୃଥିବୀ  ମାତାର   ଦେହ ତାପମାତ୍ରା

       ଦିଅଇ ତାହା ବଢାଇ

ଜ୍ବର  ହୋଇ ତା'ର   ଦେହେ ଖଇ ଫୁଟେ

         ହିମ ଗିରି ତରଳଇ ।


ସମୁଦ୍ର ପତ୍ତନ     କ୍ରମେ ବଢି ବଢି

     ବେଳାଭୂମି ଲଙ୍ଘିଯାଏ

ଉପକୂଳ ବର୍ତ୍ତୀ     ଘର ଦ୍ବାର କିଛି

      ସମୁଦ୍ରରେ ଲୀନ ହୁଏ ।


ବାୟୁ ମଣ୍ଡଳର    ଉତ୍ତାପ ବଢନ୍ତେ

      ବିଶ୍ବ ଉଷ୍ମାୟନ ହୁଏ

ଜନ ଜୀବନକୁ      ପ୍ରଭାବିତ କରି

       ଅଶେଷ  କଷଣ ଦିଏ ।


ହେ ମୂଢ  ମାନବ   ଭଲକରି ଶୁଣ

     ସବୁଜିମା ଭରା ଗଛ

ଭାଶ୍ଳେଷଣ ବେଳେ    ଅଙ୍ଗାରକାମ୍ଳ ଶୋଷି

     ଦିଏ ଅମ୍ଳଜାନ ସ୍ବଚ୍ଛ ।


ପୃଥିବୀ ବକ୍ଷରେ   ସବୁଜିମା ଥିଲେ

     ଅମ୍ଳଜାନ ମିଳିଥାଏ

ଶ୍ବାସକ୍ରିୟା  ଆମ   ହୁଅଇ ସୁଗମ

      ପୃଥିବୀ ଶୀତଳ ରହେ ।


ତେଣୁ ଆମେ ଆଉ    କାଟିବାନି ଜମା

      ଗୋଟିଏ ହେଲେ ବି ଗଛ

 ବିଶାଳ ବୃକ୍ଷର     ସୁରକ୍ଷା ପୂର୍ବକ

       ରୋପଣ କରିବା ଗଛ ।



Rate this content
Log in

Similar oriya poem from Inspirational