STORYMIRROR

Chandrakanta Nayak

Classics

3  

Chandrakanta Nayak

Classics

ସବୁ ତ କହିଛି ଖୋଲି

ସବୁ ତ କହିଛି ଖୋଲି

1 min
329

ହୃଦୟର ସବୁ ଗୋଟି ଗୋଟି କଥା 

କହିଛି ମୁଁ ମନ ଖୋଲି,

କେଳାଣି ତୁମର କରୁଣା କଣିକା ପାଇବି 

ଟିକିଏ ବୋଲି,

ତୁମ ନିକଟେ ଶରଣ ଗଲି,

ମରଣ କୁ ମୋର ଡର ନାହିଁ ପ୍ରଭୁ

ମୋର ଜୀବନ ସମର୍ପି ଦେଲି  

ତୁମ ପଦେ, ମୋର ଜୀବନ ସମର୍ପି ଦେଲି

ଆଶା ଥିଲା ମୋର ଅନେକ ପ୍ରଭୁ ହେ ନିରାଶା ଛାଡୁନି ମୋତେ,

ଯେତେ ପୂଣ୍ଯ ପଛେ ଧାଇଁଲି ଜଗତେ ପାପୀ ବି ହୋଇଲି ସେତେ,

ଆଉ କହିବି କାହାକୁ କେତେ,

ମୁଁ ସିନା ତୁମର ଅତି ଆପଣାର

କୋଳେଇ ନେବ କି ମୋତେ,

ଜଗନ୍ନାଥ, କୋଳେଇ ନେବ କି ମୋତେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics