STORYMIRROR

Mamatamanjari Das

Classics

3  

Mamatamanjari Das

Classics

ସବୁ ସୁଖ ଶାନ୍ତି ମିଳେ ସେଇଠି

ସବୁ ସୁଖ ଶାନ୍ତି ମିଳେ ସେଇଠି

1 min
165

ସ୍ୱପ୍ନରୁ ଅଲଗା ମହଲଟି ତାର

ଯେଉଁଠି ଅଛି ମୋ କାଳିଆ ସୁନା

ପବନ ଦିଅଇ ଯେଉଁ ଦିଗୁ ତା'ର

ବିପରୀତ ଦିଗେ ଉଡଇ ବାନା ।


ମାଟିର ଚୁଲିରେ ରୋଷେଇଟି ତା'ର

ଗୋଟେ ହାଣ୍ଡି ପରେ ଗୋଟିଏ ବସେ

ଶେଷ ହାଣ୍ଡିଟିରେ ଆଗ ହୁଏ ଅନ୍ନ

ପ୍ରଥମ ହାଣ୍ଡିରେ ହୁଅଇ ଶେଷେ ।


ଶଙ୍ଖନାଭି ମଣ୍ଡଳ ମହଲର ନାମ

ହେଲେ ହୁଏନାହିଁ ଶଙ୍ଖନାଦ

ରତନ ବେଦୀରେ ବସିଛି ଆନନ୍ଦେ

ନାମ ତାର ପଦ୍ମନାଭ ।


ଅବଢା ହାଟରେ ନିତି ତା'ର ବଣ୍ଟା

ଷାଠିଏ ପଉଟି ଅନ୍ନ

ଖାଲି ପେଟରେ କେ ଫେରନ୍ତିନି ସେଠୁ

ସଭିଙ୍କର ପେଟ ପୂର୍ଣ୍ଣ ।


ସଭିଙ୍କର ସୁଖ ଦୁଃଖ ଶୁଣୁଥାଏ

ସ୍ୱପ୍ନରୁ ଅଲଗା ମହଲେ ବସି

ସ୍ମିତ ହସ ଟିକେ ଅଧରରେ ଥାଏ

ଭକ୍ତକୁ ଦେଖିଲେ ହୁଏ ସେ ଖୁସି ।


ଯେଉଁ ରୂପେ ଚାହେଁ ଭକ୍ତ ଦେଖିବାକୁ

ସେହି ରୂପେ ଦିଏ ଦେଖା

ଛୁଆଁ ଅଛୁଆଁର ଭେଦଭାବ ନାହିଁ

ସଭିଏଁ ପରା ତା' ସଖା ।


ସ୍ୱପ୍ନରୁ ଅଲଗା ସେହି ମହଲଟି

ଭରପୁର ସେଠି ଶାନ୍ତି

ମୁକ୍ତି ମଣ୍ଡପକୁ ଛୁଇଁଦେଲେ ଥରେ

ଚାଲିଯାଏ ଯେତେ କ୍ଳାନ୍ତି ।


ବ୍ରାହ୍ମଣ ଚଣ୍ଡାଳ ଭେଦଭାବ ନାହିଁ

ଅଇଁଠା ହୁଏନି ଅନ୍ନ ଯେଉଁଠି

ସେପରା ଅଟଇ ମୋ କଳାକାହ୍ନୁ ଘର

ସବୁ ସୁଖ ଶାନ୍ତି ମିଳେ ସେଇଠି ।



Rate this content
Log in

Similar oriya poem from Classics