STORYMIRROR

Satyabati Swain

Fantasy

3  

Satyabati Swain

Fantasy

ସବୁ ସ୍ୱପ୍ନ ଓଦା

ସବୁ ସ୍ୱପ୍ନ ଓଦା

1 min
330

ଶୀତୁଆ କୋହଲା ପାଗ

ଉଷୁମ ପୋଉଛି

ଚିରା କମ୍ବଳ ତଳେ

ଅମାନିଆ ସୁ ସୁ ଦୁଷ୍ଟ ପବନ 

ଖେଳୁଛି ଝଡ଼ରେ

ନିର୍ଧୁମ ବର୍ଷା

ଓଦା ହେଉଛି

ଅବପାତ ରେ।


ରାତି ଗୁମ୍ ସୁମ

ହସ୍ପିଟାଲରେ ଚିକିତ୍ସିତ

ଓମିକ୍ରନ ସଂକ୍ରମଣ ରେ ପଡି

ମଗୁଶୁର ସକାଳ

ଅଣ୍ଡାଳୁଛି ଧାନ ମେଣ୍ଟି।


ମଞ୍ଜ ଥରୁଛି

ଓଃ ଆଃ ଶବ୍ଦରେ

ପୃଥିବୀର ସୁନାରୀ ରଙ୍ଗ ପାଟ

ନଷ୍ଟ

ମୁଣ୍ଡରେ ହାତ ଦେଇ ବସିଛି

ବିଚାରା ଚାଷୀ

ପ୍ରକୃତି ତାଣ୍ଡବ ରଚୁଛି

ବଅରକୁ ବର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy