STORYMIRROR

Chandrakanta Nayak

Classics

3  

Chandrakanta Nayak

Classics

ସବୁ ପରା ତୁମରି ଭିଆଣ

ସବୁ ପରା ତୁମରି ଭିଆଣ

1 min
277


ମନ ଖୋଲି ଥରେ କହିଦେଲି ବୋଲି

ମୋତେ ମନ କଥା କହୁନ ଆଉ, ହେ, ମହାବାହୁ,


ମନ ଦେଇ ମନ ଜିଣିଥିଲି ବୋଲି


ମୋତେ ତୁମେ ମନ ଦେଉନ ଆଉ ହେ, ମହାବାହୁ ॥

ନିରବେ ନିରବେ ତୁମରି ପାଖରେ


ନିବେଦନ ମୋର ଘେନା ହୋଇଛି ହେ, ମହାବାହୁ

ଜୀବନରେ ଯେତେ ପାପ କରିଥିଲି


ସବୁ ଗୋଟି ଗୋଟି କରି କହିଛି, ହେ,


ମହାବାହୁ ॥


ଅଳପ ହସରେ ତୁମେ ପରା ମୋତେ


କଳପ କଳପ କଥା ଦେଇଛ ହେ, ମହାବାହୁ


ପବଟକୁ ଚାହିଁ ଦେଲା ପରେ


ଧୂପ ଭାବନା କାହିଁ ରହୁଛି ହେ, ମହାବାହୁ ॥


ପତିତ ପାବନ ବାନା ଉଡେଇଛ


ନିଳାଦ୍ରୀ ମଣ୍ଡପେ ନିଶ୍ଚିନ୍ତେ ବସି ହେ, ମହାବାହୁ


ସରଧା ବାଲିରୁ ହାତେ ମାଗିଥିଲି


ଯେଣୁ ତୁମେ ମୋ ଶରଦ ଶଶୀ ହେ, ମହାବାହୁ ॥


ସବୁ କରିଥାଅ କିଛି ବି କୁହ


ସବୁ ଜଣାପଡେ ତୁମରି ନାମେ ହେ, ମହାବାହୁ


ଆଶା ଠୁ ଅଧୁକା ମାଗିନି ତୁମକୁ


ପୂର୍ଣ୍ଣ ହୋଇବ କି ମୋ ପୂଣ୍ୟକାମେ ହେ, ମହାବାହୁ II



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics